ଭବାନୀପାଟଣା ବିଧାୟକ ଙ୍କ ଅଚାନକ ବୋର୍ଡ୍ୟା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପରିଦର୍ଶନ.

2

ଭବାନୀପାଟଣା 5 ଅଗଷ୍ଟ (ଶାସକ ପ୍ରଶାସକ ): ଆଜି ଅପରାହ୍ନ ରେ ଭବାନୀପାଟଣା ନିର୍ବାଚନ ର ବିଧାୟକ ଶ୍ରୀଯୁକ୍ତ ସାଗର ଚରଣ ଦାସ ଅଚାନକ ବୋର୍ଡ୍ୟା (borda)ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ, ବିଧାୟକ ଙ୍କ ଅଚାନକ ଆଗମନ ରେ ଅଂଚଳ ରେ ଏକ ଚର୍ଚ୍ଚା ର ବିଷୟ ହୋଇଥିବା ଜଣାଯାଏ. ଏହି ଆଗମନ ରେ ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ସରକାରୀ ଅଧିକାରୀ ଙ୍କ ମନରେ ଏକ ପ୍ରକାର ତାଗିତ ପଶିଥିବା ସାଧାରଣ ରେ ଆଲୋଡନ ସୃଷ୍ଟି ହେଉଛି. ବୋର୍ଡ୍ୟା ସି. ଏଚ. ସି. ର ବିଭିନ୍ନ ପ୍ରକାର ରୋଗୀ ସେବାରେ ସରକାରୀ ଯୋଜନା କୁ ହିତାଧିକାରୀ ଙ୍କୁ ପହଂଚି ପାରୁଛି କି ବାଟ ମରଣା ହେଉଛି, ତାହା ଅନୁଧ୍ୟାନ କରିବା ସହ ସ୍ଵାସ୍ତ୍ୟ ଅଧିକାରୀ ଡାକ୍ତର ଶିବ ପ୍ରସାଦ ଆଚାର୍ଯ୍ୟ ଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ର ଉର୍ନତସ୍ୱାସ୍ଥ୍ୟ ଯୋଗାଇବାକୁ ଆଲୋଚନା କରିଥିବା ପ୍ରକାଶ |

ଡାକ୍ତରଖାନା  ପରିଚ୍ଛନତା ଉପରେ, ରୋଗୀଙ୍କ ସେବା ଉପରେ ଅଧିକ ଧ୍ୟାନ ଦେବାକୁ ସମସ୍ତ ଙ୍କ ସହଯୋଗ କାମନା କରିବା ସହ, ରୋଗୀଙ୍କୁ ଆଦର୍ଶ ସେବା ଯୋଗାଇ ଦେବାକୁ ମଧ୍ୟ ଆଲୋଚନା କରିଥିଲେ, ଏବଂ ବର୍ତ୍ତମାନ ସମୟ ରେ ବିଭିନ୍ନ ସଂକ୍ରମଣ ରୋଗ ପ୍ରତି ସଜାଗ ରହିବାକୁ ମଧ୍ୟ ପରାମର୍ଶ ଆଲୋଚନା କରିଥିବା ଜଣାଯାଏ, ଆଜିକାର ଆଗମନ ରେ ବିଧାୟକ ଙ୍କ ସହ ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ଧନୁର୍ଦ୍ଧାର ଗହୀର, ତଥା ବିଧାୟକ ଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ଏବଂ ବିକ୍ରମ ଭୋଇ, ବ୍ଲକ ଉପସଭାପତି, ଲିଙ୍ଗରାଜ ଯୁଆଡ (କୁନା ), ହାତୀରମ ଯୁଆଡ, ଯୁଜେଷ୍ଟି ଜାଲ (ବୋର୍ଡ୍ୟା ସରପଞ୍ଚ ପ୍ରତିନିଧି )ଉପସ୍ଥିତ ରହିଥିଲେ | ବିଧାୟକଙ୍କ ଗସ୍ତ ରେ ଅଞ୍ଚଳ ରେ ସମସ୍ତ ଙ୍କ ମନରେ ଆଗାମୀ ଦିନରେ ଅଞ୍ଚଳ ର ଉର୍ନ୍ନତି ହୋଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା |

Leave A Reply

Your email address will not be published.