କେନ୍ଦୁଝରର ଯୋଡାରେ ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

6
  • ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ,

  • ୨ ଲକ୍ଷ ଟଙ୍କାର ସୋଲାସିୟମ ସ୍କିମ୍‌ରେ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା

  • ମୃତ ଛାତ୍ରଙ୍କ ଭାଇମାନଙ୍କ ପାଇଁ ପାଠପଢାର ବ୍ୟବସ୍ଥା କରାଗଲା

ଭୁବନେଶ୍ୱର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ଯୋଡା ଡି.ଏ.ଭି. ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ଯୋଡା ଆଜାଦ୍‌ ବସ୍ତିର କ୍ରିଷ୍ଣା ଭୁଷାଲ, ଷ୍ଟାଣ୍ଡାର୍ଡ ୧ ରେ ପଢୁଥିବା ତାଙ୍କ ପୁଅ ନିକିତ ଭୁଷାଲ ଓ ତାଙ୍କ ପୁଅର ସହପାଠୀ ଗଣେଶ ଶର୍ମାଙ୍କୁ ମଟର ସାଇକେଲରେ ସ୍କୁଲ ଛାଡିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।

ଏଥି ସହିତ ହିଟ୍‌ ଆଣ୍ଡ ରନ୍ କେସ୍ ସୋଲାସିୟମ ସ୍କିମରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। ମୃତ କ୍ରିଷ୍ଣା ଭୁଷାଲଙ୍କ ଅନ୍ୟତମ ପୁଅ ନିସାଲ ଭୁଷାଲଙ୍କୁ ଟାଟା ଡି.ଏ.ଭି. ସ୍କୁଲରେ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ମୃତ ଗଣେଶ ଶର୍ମାଙ୍କ ଭାଇ ଆଦିତ୍ୟ ଶର୍ମାଙ୍କୁ ଟାଟା ଡି.ଏ.ଭି.ରେ ମଧ୍ୟ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.