ଦୁର୍ଘଟଣାରେ ଶିକାର ହେଲେ କାଉଡିଆ ଓ ପଥଚାରୀ।

5

( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମ ର ଜାତୀୟ ରାଜପଥ ୧୬ରେ ଅଘଟଣ ଘଟିଯାଇଛି । ଖବର ନେବାରୁ ଜଣାପଡିଛି ଯେ, ବୋଲବମ୍ କାଉଡିଆମାନେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜଳ ଭାର ନେଇ ଶିବାଳୟ କୁ ଯାଇଅଭିଷେକ କରି ଵାର ଯୋଜନା ରଖିଥିବା ଜଣାଯାଏ। କିନ୍ତୁ ଭାଗ୍ୟ ର ବିଡ଼ମ୍ବନା, ଦୈବ ଦ ଉଡ଼ି ମ ଣିଷ ଗାଇ ,ଯେଣିକି ଟାଣଇ ସେଣିକି ଯାଇ । ବୋଲବମ୍ ର କାଉଡ଼ିଆ ମାନେ ଗଞ୍ଜାନିକଟସ୍ଥ ଋଷିକୁଲ୍ୟା ନଦୀ ରୁ ଜଳ ଭାର ନେଇ ବାଲୁଗାଁ ଅଭିମୁଖେ ଆସୁଥିବାବେଳେ ଟ୍ରକ୍ ଟି ବ୍ରହ୍ମପୁର ରୁ କଲିକତା ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି। ଏ ସମୟରେ ଟ୍ରକ୍ ଧକ୍କାରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁବରଣ କରି ଵାର ସାମ୍ନା କୁ ଆସିଛି ‌ । ସେଥିମଧ୍ୟରୁ ଦୁଇ ଜଣ କାଉଡ଼ିଆ ଓ ଅନ୍ୟଟି ଜଣେ ବାଟୋଇ ବୋଲି ଜଣାପଡିଛି। ତେବେ ଏଦୁଇଜଣ କାଉଡ଼ିଆ ବାଣପୁର ଅଞ୍ଚଳର ହୋଇ ଥିବା ବେଳେ ଅନ୍ୟ ଜଣଙ୍କ ଦଲିଭାଟିର ବନମାଳି ପାତ୍ର । ତାପରେ ଟ୍ରକ୍ ଟି ଭାରସାମ୍ୟ ହରାଇ ଓଲଟି ଯାଇଛି । ଖଲ୍ଲିକୋଟ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜୋରଦାର କରିବା ଦୃଶ୍ୟ ସାମ୍ନା କୁ ଆସିଛି ।

Leave A Reply

Your email address will not be published.