ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରାଜ୍ୟ ସହାୟତା କେନ୍ଦ୍ର / (ଶକ୍ତି ସମ୍ବଳ) ୱାନ୍ ଷ୍ଟପ୍ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯକ୍ରମରେ ଆଇଏସ୍ଆର୍ଡିର ଉପ-ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଆଇଏସ୍ଆର୍ଡି ନିର୍ଦ୍ଦେଶକ କାର୍ଯ୍ୟକ୍ରମଟିକୁ ଆଗକୁ ବଢେଇ ଥିଲେ।
ଆଇଏସ୍ଆର୍ଡିର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଏହି କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଜିଲ୍ଳା ସମାଜ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏହି କେନ୍ଦ୍ରର ଭୂମିକା ଏବଂ ଏହି କେନ୍ଦ୍ର ଆଗକୁ ଏଭଳି କାମକରି ଜିଲ୍ଲାରେ ଥିବା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେଇ ଆସିଥିବା ବିଷୟରେ ଅବଗତ କରାଇଥିଲେ | “ସଖୀ” ୱାନ୍ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଜିଲ୍ଲାରେ ଏହି କେନ୍ଦ୍ର ସ୍ଥାପିତ ହୋଇ ୫ ବର୍ଷ ଧରି କାମ କରୁଥିବା ବେଳେ ଏହି କେନ୍ଦ୍ରରେ ହୋଇଥିବା ସମସ୍ତ ମାମଲା ସଂଖ୍ୟା ଏବଂ ଏହି କେନ୍ଦ୍ରର ଷ୍ଟାଫ୍ ମାନଙ୍କ ବିବରଣୀ ଏବଂ ସହାୟତା , ସୁବିଧା ଆଦି ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ।
ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଏହି କେନ୍ଦ୍ର ୨୪ × ୭ ରେ ନିରବଛିନ୍ନ ଭାବରେ କାମ କରିବା ସହ ୱାନ୍ ଷ୍ଟପ୍ ସେଣ୍ଟର ସବୁବେଳେ ସବୁ ସମୟରେ ସାହାଯ୍ୟ ସହଯୋଗ କରୁଥିବା ବିଷୟରେ କହିଥିଲେ। ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ମମତାରଣୀ ଶତପଥି ୱାାନ୍ ଷ୍ଟପ୍ ସେଣ୍ଟର ଜିଲ୍ଲା ରେ ନିର୍ଯାତିତା ମହିଳା ଓ ବାଳିକା ମାନଙ୍କୁ ବହୁ ସହାୟତା ଯୋଗାଇ ଦେବା ବିଷୟରେ ମତବ୍ୟକ୍ତ କରିବା ସହ ଏହି କେନ୍ଦ୍ର ଆଗକୁ ଆହୁରି ଭାଲ କାମ କରିବା ପାଇ ଉତ୍ସାହିତ କରିଥିଲେ। ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ସୁଜାତା ପଟ୍ଟନାୟକ ୱାାନ୍ ଷ୍ଟପ୍ ସେଣ୍ଟର ଭଲ କରିବା ସହ ବହୁତ କେସ ଏହି କେନ୍ଦ୍ର ରେ ସମାଧାନ ହୋଇଥିବାରୁ ସମସ୍ତ ଷ୍ଟାଫ୍ କୁ ବହୁ ପ୍ରଶଂସିତ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ରେ ହେଉଥିବା ମହିଳା ଓ ବାଳିକା ହିଂସା କୁ ରୋକିବାରେ ସହାୟତା ହୋଇଥିବା ସ୍ଥଳେ ୱାନ୍ ଷ୍ଟପ୍ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ।
ପଞ୍ଚମ ବାର୍ଷିକ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ୱାରା ଛେନାପୋଡ଼ କେକ୍ କଟା ଯାଇଥିଲା। ଉତ୍କଳ ବାଳାଶ୍ରମର ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରା ଯାଇଥିଲା।
ସୁପରଭାଇଜର , ଅଙ୍ଗନବାଡି କର୍ମୀ , ଏସ୍ ଏଚ୍ ଜି ମହିଳା , ସ୍ଵଚ୍ଛ ସାଥୀ , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , କିଶୋରୀ ବାଳିକା ତଥା ମୁଦ୍ରିତ ଏବଂ ବୈଦୁତିକ ଗଣମାଧ୍ୟମର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହାୟତା କେନ୍ଦ୍ର / ୱାନ୍ ଷ୍ଟପ୍ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ , ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ନିରୂପମା ରାଉଳ , ଏନ୍. ଊଷା , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ , ଟି.ସୁରେଶ କୁମାର ତଥା ଆଇଏସ୍ଆର୍ଡି ପରିବାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ୟ କରିଥିଲେ।ପରିଶେଷରେ କେନ୍ଦ୍ରର ମୋହିନୀ ପ୍ରଧାନ , କେସ ୱାର୍କର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.