ସମସ୍ତ ସହାୟତା ପ୍ରଶାସନିକ ତରଫରୁ ଯୋଗାଇ ଦିଆଯିବ : ଉପଜିଲ୍ଲାପାଳ କିରନ ଦୀପ କୌର

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭାରତ ସରକାର ଏବଂ ଓଡିଶା ସରକାର ଙ୍କ ସ୍ୱୀକୃତିପ୍ରାପ୍ତ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସବକମିଟି ବୈଠକ ଉପଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଅନୁଷ୍ଠିତ ହୋଇଯାଇଛି
ଏହି ବୈଠକ ରେ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ଅଧକ୍ଷା ତଥା ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ଅଧକ୍ଷତା କରିଥିବା ବେଳେ ଡେପୁଟି କଲେକ୍ଟର ନୀଳମାଧବ ମାଝୀ, ବିଡ଼ିଓ ଶ୍ରଦ୍ଧାଞ୍ଜଳି ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଜୀ, ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା ଅତିରିକ୍ତ ଜିଲ୍ଲାପାଳ ବିପିନ ନାୟକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ ସାହୁ, ଉପଖଣ୍ଡ ହସ୍ପିଟାଲ ର ଡ଼କ୍ଟର ରମେଶ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ମୁନିସିପାଲିଟି ମନୋଜ ତାଣ୍ଡି, ସୂଚନା ଅଧିକାରୀ ଧନଞ୍ଜୟ ବେହେରା, ବାଲନିକେତନ ର ଅଜିତ ମହାନ୍ତି, ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ର, ଗୌରୀ ମହାଙ୍କୁଡ ଏବଂ ବରିଷ୍ଠ ଓକିଲ ପ୍ରଦୀପ ପାଢ଼ୀ ପ୍ରମୁଖ ଯୋଗ ଦେଇ ପରାମର୍ଶ କେନ୍ଦ୍ର ର ବର୍ତ୍ତମାନ ସମାଜ ରେ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ
ଏହି ଅନୁଷ୍ଠାନକୁ ଆବଶ୍ୟକ ସହାୟତା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବା ସହ ଅନୁଷ୍ଠାନର କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରାଯାଇ ଥିଲା | ଏହି ଅନୁଷ୍ଠାନ ର ଆବଶ୍ୟକ ଅନୁସାଙ୍ଗିକ ସହାୟତା ଖୁବ ଶୀଘ୍ର ଯୋଗାଇ ଦେବା ସହ ଆଗାମୀ ଦିନ ରେ ଦୁଇଟି ଉପଖଣ୍ଡ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦିଆଯାଇଥିଲା | ଏହି ବୈଠକ କୁ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ ଡ଼କ୍ଟର ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇ ଥିଲେ

 

Leave A Reply

Your email address will not be published.