ଗଛ୍ ଚାରା ଲଗେଇ କରି ସମ୍ବଲପୁରୀ ଦିନ୍ ମନାଲେ ପଦମପୁର୍ ବିଜ୍ଞାପିତ୍ ଅଞ୍ଚଳ ପରିଷଦ୍ ଆର୍ ଡି ସିବି ବ୍ୟାଙ୍କ୍ ର କର୍ମଚାରୀ ମାନେ।

6

ପଦମପୁର୍ /ଶିବାଶିଷ୍ ପଟ୍ନାଏକ୍ :- ଅଗଷ୍ଟ ମାସର୍ ଏକ୍ ତାରିଖ୍ ଦିନେ ଗୁରୁ ସତ୍ୟନାରାୟଣ ବହିଦାର୍ ଙ୍କ ର୍ ଜନମ୍ ଦିନ୍ ଉଦ୍ହେଁ ସମ୍ବଲପୁରୀ ଦିନ୍ ମନା ଯାଏସି । ସେ ତାକେ ସୁର୍ତା କରି ପଦମପୁର୍ ବିଜ୍ଞାପିତ୍ ଅଞ୍ଚଳ୍ ପରିଷଦ୍ ଆର୍ ଡିସିବି ବେଙ୍କ୍ ମିଶିକରି ବଡବନ୍ଧ୍ ଠାନେ ଗଛ୍ ଚାରା ଲଗେଇଛନ୍। ଇଥିର୍ ଲାଗି ମୁଖିଆ କୁନୂଆଁ ଭାବେ ଏ ଡି ଏମ୍ କୁଣାଲ ମୋତିରାମ୍ ଚୋଭନ୍, ମାଏନ୍ତା କୁନୂଆଁ ଭାବେ ପଦ୍ମପୁର୍ ନଗରପାଳ୍ ସାବିତ୍ରୀ ବାଗ୍ ଯୋଗ୍ ଦେଇଥିଲେ। କାର୍ଯ୍ୟକ୍ରମ ନେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଆର୍ ଡିସିବି ବେଙ୍କ୍ ମେନେଜର୍ ଏମ୍. ରାଜେଶ୍ ସାମିଲ୍ ହେଇଥିଲେ। ସମାଜସେବୀ ନିରୋଜ ଦୋରା, ପରିଷଦ୍ ପ୍ରତିନିଧି କବିତା ସେଠ୍, କ୍ଷୀର ସାନବର୍ଷା, ସଂଯୁକ୍ତା ପୃଷ୍ଟି, ସବିତା ବରିହା ସାଙ୍ଗେ ପରିଷଦ୍ ର କର୍ମଚାରୀ, ସ୍ଵଚ୍ଛ ସାଥୀ ଆର୍ ଡିସିବି ବେଙ୍କ୍ ର କର୍ମଚାରୀ ମାନେ ମିଶିକରି କାମ୍ କାର୍ଯ୍ୟକ୍ରମ୍ କେ ସଫଲ୍ କରିଥିଲେ।

Leave A Reply

Your email address will not be published.