“ଆମର ସମ୍ବଲପୁରୀ ଦିନ୍”

5

ସତ୍ୟ ନାରାୟଣ ବହିଦାର୍ ଆଜ୍ଞା

ଭାଷା ତ ଭାଷା ଆମର ସମ୍ବଲପୁରୀ ଭାଷା। ତାର୍ କଥାର୍ ମଧୁର୍ ତ ବଜାର୍ ତାଲ୍ ଆଉ ତାର ଗୀତର୍ ସୁର୍ ଇ ମିଠା ଯେତେ ଖୁଜଲେ କାହିଁ ନି ମିଲେ ।
ସମ୍ବଲପୁରର୍ ଭାଷା ଆଉ ସଂସ୍କୃତି କେ ମାନ୍ ଦେବାର ଲାଗି ଆମେ ସମ୍ବଲପୁରୀ ଦିନ୍ ପାଳନ୍ କରୁଛୁଁ। ଆଜିର୍ ସମ୍ବଲପୁରୀ ଦିନ୍ ରେ ସତ୍ୟ ନାରାୟଣ ବହିଦାର୍ ଆଜ୍ଞା ଙ୍କର ଅବଦାନ୍ ଟା ବହୁତ୍ ଆଏ। ସେ ଆମର୍ ସମ୍ବଲପୁରୀ ଭାଷା ଆର୍ ସଂସ୍କୃତି ର୍ ପ୍ରଚାର୍ ଲାଗି ମୁଖିଆ ଭାବେ ଆଗ୍ କେ ଆସିଥିଲେ। ସେ ଗୁଟେ ବଡ଼ କବି ଆର୍ ଲେଖକ୍ ଥିଲେ। ଯେ କି ଆମର୍ ଭାଷା ଲାଗି ତାଁକର୍ ଜୀବନ୍ କେ ସାରି ଦେଇଛନ୍।
ସତ୍ୟ ନାରାୟଣ ବହିଦାର୍ ଜଣେ ଲେଖକ୍ ଭାବେ ପଶ୍ଚିମ ଓଡିଶା ର୍ ଆର୍ ଇତାର୍ ବାହାରେ ବି ନାଁ କରିଛନ୍। ତାଁକର୍ ହାତ୍ ଲେଖା କବିତା, କଥାନି, ଭିନ୍ ଭିନ୍ ପର୍ବର୍ ବାବ୍ଦେ ମୋହିତ୍ କରିଛେ। ତାଁକର୍ ସବୁ ଦିନିଆ କାମ୍ ଲୋକ ନୃତ୍ୟ, ଭାଷା ଆର୍ ପରମ୍ପରା କେ ବଢେଇ କରି ରଖିଛନ୍ ସେ। ଶ୍ରୀ ବହିଦାର୍ ଆମର୍ ସମ୍ବଲପୁରୀ ଭାଷା କେ ସାଂସ୍କୃତିକ ପରିଚୟ ଆର୍ ସ୍ୱୀକୃତି ଦେବାର୍ ଲାଗି ଡାକରା ଦେଇଥିଲେ। ତାଁକର୍ ଅବଦାନ୍ କେ ମାନ୍ ଦେବାର ଲାଗି ଆର୍ ଆମର ଭାଷା ସଂସ୍କୃତି କେ ବଞ୍ଚାବାର୍ ଲାଗି ସବୁ ବଛର୍ ଅଗଷ୍ଟ ମାସର୍ ୧ ତାରିଖ କେ ସମ୍ବଲପୁରୀ ଦିନ୍ ଭାବେ ପାଳନ୍ କରସୁଁ। ଆଜିର୍ ଦିନ୍ କେ ଆମେ ବଜା ଗଜା ସମ୍ବଲପୁରୀ ଲୋକଗୀତ, ଡାଲ୍ ଖାଇ, ରସର୍କେଲି ବାଗିର ନାଚ୍ ଗୁଟେ ଇତାର୍ ଭାଗ ଆଏ। ଉସତ୍ ଆନନ୍ଦ ଥି ଲୋକ ସମ୍ବଲପୁରୀ ଦିନ୍ ପାଳସନ୍।
ମୁଇଁ ସମ୍ବଲପୁରୀ ଆଏଁ, ମୋର ଭାଷା ସମ୍ବଲପୁରୀ, ସେଥିର୍ ଲାଗି ସବୁ ବେଳେ ଗରବ୍ କର୍ସଁ।

ତାରିଣୀ ବହିଦାର୍
ମୋ :-୯୩୪୮୯୯୨୫୯୭

Leave A Reply

Your email address will not be published.