ବଡବିଲ (ଶାସକ ପ୍ରଶାସକ) : ବଡବିଲ ପ୍ରେସ୍ କ୍ଲବ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନଗରପାଳ ଲକ୍ଷ୍ମଣ ମହାନ୍ତ ମୁଖ୍ୟଅତିଥ୍ ଭାବେ ଯୋଗଦେଇ ସୁସ୍ଥ ମାନବ ସମାଜ ପାଇଁ ବୃକ୍ଷର ଅବଦାନ ଅତୁଳନୀୟ ବୋଲି କହିଥିଲେ। ସମାଜସେବୀ ବିଜୟ କୁମାର ମହାନ୍ତି ଏବଂ ଏଲ୍. ଏନ୍. ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରେସ କ୍ଲବ ପରିସରରେ ସମସ୍ତ ଅତିଥି ଏବଂ ପ୍ରେସ କ୍ଲବ ସଦସ୍ୟ ଗଣ ବୃକ୍ଷ ଚାରା ରୋପଣ କରିଥିଲେ। ବଳରାମ ମହାନ୍ତି, ଦେବପ୍ରିୟ ରଣା, ଦେବକାନ୍ତ ଦାସ, ମଧୁସୂଦନ ସାହୁ, ଚିତ୍ତରଞ୍ଜନ କର, ଅଶୋକ ମହାନ୍ତ, ଅଂଶୁମାନ ପ୍ରଧାନ, ମକରଧ୍ବଜ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
