ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ନିକଟସ୍ଥ ବିକ୍ରମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ସପ୍ତାହେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ଶିକ୍ଷଣ ସାମଗ୍ରୀ ଦିବସ, ଏଫ ଏଲ ଏନ ଦିବସ, କ୍ରୀଡା ଦିବସ, ସାଂସ୍କୃତିକ ଦିବସ, ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ, ସ୍କୁଲ ପ୍ରସଙ୍ଗ ଦିବସ ଓ ସମ୍ପ୍ରଦାୟର ଯୋଗଦାନ ଦିବସ ଭିତ୍ତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଆଜି ପିଲାଙ୍କ ଅଭିଭାବକ, ସ୍ଥାନୀୟ ପ୍ରତିନିଧି, ବୁଦ୍ଧିଜୀବୀ ମାନେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ସହ ଗୁଣାତ୍ମକ ଶିକ୍ଷା କୁ ଅଧିକ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ। ବରିହା, ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ର ସଭାପତି ନରସିଂହ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ ।