- https://youtu.be/Av3maQV7_i8
-
ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବ
-
ଓଡ଼ିଶାର ଲଗାତାର ବିରୋଧ ସତ୍ତ୍ବେ କେନ୍ଦ୍ରର ବିଜେପି ସରକାର ପୋଲାଭରମ ପ୍ରକଳ୍ପକୁ ଅର୍ଥ ମଞ୍ଜୁର କରିବା ଦୁର୍ଭାଗ୍ୟଜନକ
ଭୁବନେଶ୍ୱର, ୨୯/୦୭/୨୦୨୪: ଓଡିଶା ସ୍ୱାର୍ଥର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ପୋଲାଭରମ ପ୍ରସଙ୍ଗ ନ ଉଠାଇବା ସମସ୍ତ ଓଡିଆଙ୍କୁ ବ୍ୟଥିତ କରିଛି। ଏଭଳି ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶଙ୍ଖଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ପ୍ରଦୀପ ମାଝୀ।
ଶ୍ରୀ ମାଝୀ କହିଛନ୍ତି ଯେ, ପୋଲାଭରମ ପ୍ରକଳ୍ପକୁ ଦୀର୍ଘ ବର୍ଷ ହେଲା ଓଡିଶା ବିରୋଧ କରି ଆସୁଛି ସୁଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଛତିଶଗଡ ସମେତ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଜୀବନଜୀବିକା ପ୍ରଭାବିତ ହେବ। କିନ୍ତୁ ବିଡମ୍ବନାର ବିଷୟ ବିଜେପି ଦଳ ବା ରାଜ୍ୟ ସରକାର ଏହି ବାବଦରେ ସମ୍ପୂର୍ଣ୍ଣ ଚୁପ ଚୁପ୍ ରହିଛନ୍ତି । ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ବିଚାରାଧୀନ ଥିବା ସମୟରେ ଚଳିତ ବଜେଟରେ ଏକତରଫା ଭାବେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ରର ବିଜେପି ସରକାର ଅର୍ଥ ମଞ୍ଜୁର କରିବା ଦୁର୍ଭାଗ୍ୟଜନକ। ତତ୍ସହିତ ନିକଟରେ କେ କେନ୍ଦ୍ର ଜଳ ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ୨୦୨୬ ମାର୍ଚ୍ଚ ସୁଦ୍ଧା ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।
ଏହି ପ୍ରକଳ୍ପ ହେବା ଦ୍ଵାରା ଆଦିବାସୀଙ୍କ ସ୍ଵାର୍ଥହାନୀ ହେଉଥିଲା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଜଣେ ଆଦିବାସୀ ହୋଇ ମଧ୍ୟ ଚୁପ୍ ରହିବା ଦୁର୍ଭାଗ୍ୟଜନକ । ତୁରନ୍ତ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡ଼ି ମୁଖପାତ୍ର ଶ୍ରୀ ମାଝୀ କହିଛନ୍ତି।