ରାୟଗଡ : ତା ୨୯/୦୭/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲାନାରା ବ୍ଲକ ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ,ଶ୍ରୀ ହରିଶl ବି.ସି, ଖଣ୍ଡିୟ ବନ ଅଧିକାରୀ ଶ୍ରୀ ସଚିନ ଅlହ୍ନlସାହେବ ଓ଼ହଲେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପ ଜିଲ୍ଲାପାଳ, ରାୟଗଡ କଲ୍ୟାଣୀ ସଂଘମିତ୍ରା ଦେଵୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ , ପଂଚାୟତ ସମିତି ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l
ଆଜି ମୋଟ ୯୬ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୬୪ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୩୨ ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ଜଣକୁ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ପ୍ରଦାନ କରିଥିବାବେଳେ ରେଡ଼କ୍ରଶରୁ ଜଣକୁ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ l ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ ନାୟକ, ରାୟଗଡ, ଜିଲ୍ଲା ମଙ୍ଗଳ ଅଧିକାରୀ, ଭରତ ଭୂଷଣ ବିଶ୍ୱାଳ, ରାୟଗଡ ପିଡି ୱାଟରସେଡ ଡ଼ଃ ଦୟାନିଧି ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ , ବିଡ଼ିଓ ରୀନା ପ୍ରଧlନ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଲଳିତ ମଣ୍ଡଳ, ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାୟଗଡ, ବସନ୍ତ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, ଜିଲ୍ଲା ସାଂସ୍କୃତି ଅଧିକାରୀ ସସ୍ମିତା ବାଉରୀ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ,ଓରମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ର,ଓଡିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଗ, ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପରେ ଖେଦାପଡା ଗ୍ରାମରେ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ । ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗ ତଥା ସ୍ୱଚ୍ଛ ଭାରତ, ମିଶନ ଶକ୍ତି, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ଓ ମତ୍ସ ସମ୍ପଦ ବିଭାଗ, ଶିକ୍ଷା ବିଭାଗ ଦ୍ୱାରା ପ୍ରଦର୍ଶନୀ ଷ୍ଟଲ ଖୋଲି ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପାଦନ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିଲେ । ସେହି ସ୍ଥାନରେ ହିତାଧିକାରୀଙ୍କୁ ପଟ୍ଟା, ଭତ୍ତା, ମୂର୍ତ୍ତିକା କାର୍ଡ, ମିଶନ ଶକ୍ତି ମା ମାନଙ୍କୁ ପାୱାର ହୁଡ଼ର ଆଦି ଜିଲ୍ଲାପାଳ ବଣ୍ଟନ କରିଥିଲେ । ଏହା ବ୍ୟତୀତ ଜିଲ୍ଲାର ପ୍ରତ୍ୟକ ବ୍ଲକର ଗ୍ରାମ ପଞ୍ଚାୟତ ମାନଙ୍କରେ ଅଭିଯୋଗ ଶୁଣାଣି କରି ବିଭିନ୍ନ ସହାୟତା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି l
Sign in
Sign in
Recover your password.
A password will be e-mailed to you.