ପବିତ୍ର ବାହୁଡା ଯାତ୍ରା ଅବସରରେ ଚାକ୍ଷୁସ ଧାରା ବିବରଣୀ ବ୍ୟବସ୍ଥା

5

ରାୟଗଡ:-ତା. ୧୫/୦୭-ପବିତ୍ର ବାହୁଡା ଯାତ୍ରା ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରଥଯାତ୍ରାର ଚାକ୍ଷୁସ ଧାରା ବିବରଣୀ ପାଇଁ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧା ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡରେ ବିଭାଗ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ଵ୍ୟଵସ୍ଥାପନାରେ ସ୍ଵତନ୍ତ୍ର ଷ୍ଟଲ ବ୍ୟବସ୍ଥା ହୋଇଥିଲା ।ଏହି କ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ବାହୁଡା ଯାତ୍ରାର ଧାରା ବିବରଣୀ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଡ଼. ଦ୍ଵିତୀ ଚନ୍ଦ୍ର ସାହୁ , ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ ଓ ବିମଳ ଚାନ୍ଦ ପଟ୍ଟନାୟକ ଉଚ୍ଚାଙ୍ଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିର ପାଖ ରଥଖଳାରେ ଲାଗିବା ଯାଏଁ ଧାରା ବିବରଣୀ ଅବ୍ୟାହତ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ଡମ୍ବରୁ ଧର ପଣ୍ଡା ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.