ଝାରସୁଗୁଡ଼ା ଓ ଲଇକେରା ଡାଇକ୍ଳୋଷ୍ଟିକ୍ ସେଣ୍ଟରରେ ୨୦ ହଜାରରୁ ଅଧିକ ଡାକ୍ତରୀ ପରୀକ୍ଷା
ଝାରସୁଗୁଡ଼ା, ୧୫ ଜୁଲାଇ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ଓ ଲଇକେରାରେ ଥିବା ଅତ୍ୟାଧୁନିକ ଡାଇକୋଷ୍ଟିକ୍ ସେଣ୍ଟର ୨୦,୦୦୦ରୁ ଅଧିକ ରୋଗୀଙ୍କ ଡାକ୍ତରୀ ପରୀକ୍ଷା କରାଇବାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛନ୍ତି। ୨୦୨୩ ଅଗଷ୍ଟ ରେ ପ୍ରତିଷ୍ଠା ହେବା ପରଠାରୁ ଏହି ଅତ୍ୟାଧୁନିକ କେନ୍ଦ୍ରଗୁଡ଼ିକ ଜଟିଳ ସ୍ବାସ୍ଥ୍ୟ ସ୍କ୍ରିନିଂ ଏବଂ ପାଥୋଲୋଜି ପରୀକ୍ଷା ସହିତ ଆଧୁନିକ ଏମଆରଆଇ ଏବଂ ସିଟି ସ୍କାନିଂ ସୁବିଧା ତଥା ବ୍ୟାପକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାରେ ଏକ ମୂଳଦୁଆ ପାଲଟିଛି । ଫଳସ୍ବରୂପ ଏହି ପଦକ୍ଷେପଗୁଡିକ ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନ ଏବଂ ନିଦାନ କ୍ଷମତାର ମାନକୁ ଯଥେଷ୍ଟ ଉନ୍ନତ କରିଛି।
୩୬ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଇଥିବା ଏହି କେନ୍ଦ୍ରଗୁଡ଼ିକ ଝାରସୁଗୁଡ଼ା ଓ ଲଇକେରା ଅଞ୍ଚଳରେ ସ୍ଥାନୀୟ ଗୋଷ୍ଠୀର ଆବଶ୍ୟକତା ପୂରଣ କରି ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି। ଝାରସୁଗୁଡ଼ାରେ ୦.୭୪ ଏକର ଓ ଲଇକେରାରେ ୦.୫ ଏକର ଜମିରେ ନିର୍ମିତ ଏହି ଡାଇକୋଷ୍ଟିକ୍ ସେଣ୍ଟରରେ ଯଥାକ୍ରମେ ୧୦ ହଜାର ବର୍ଗଫୁଟ ଓ ୫ ହଜାର ବର୍ଗଫୁଟର ଅତ୍ୟାଧୁନିକ ଭିତ୍ତିଭୂମି ରହିଛି।
ଏହି କେନ୍ଦ୍ରଗୁଡ଼ିକ ଇସିଜି ଏବଂ ଏକ୍ସ-ରେ ସମେତ ବିଭିନ୍ନ ପ୍ରକାରର ପାଥୋଲୋଜି ସେବା ପ୍ରଦାନ କରୁଛନ୍ତି। ବିଶେଷ କରି ଝାରସୁଗୁଡ଼ାରେ ସ୍ଥାପିତ ଏମଆରଆଇ ଓ ସିଟି ସ୍କାନ ସୁବିଧା ଏହି ଅଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଣ ଓ ରୋଗ ନିର୍ଭୟରେ ସହାୟକ ହୋଇଛି। ଏହି ଜାଇଗୋଷ୍ଟିକ ସେଣ୍ଟରଗୁଡ଼ିକ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା (ସିଜିଏଚଏସ) ହାର ଅନୁଯାୟୀ ନାମମାତ୍ର ଶୁକ୍ଳରେ ସେବା ପ୍ରଦାନ କରୁଛନ୍ତି। ଏଥିରେ ପରୀକ୍ଷାଗାର ସେବା ପାଇଁ ୨୪ ଘଣ୍ଟା ଏବଂ ରେଡିଓଲୋଜି ସେବା ପାଇଁ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁଛି।
ନିକଟରେ ପଶ୍ଚିମ ଓଡ଼ିଶା ଓ ଝାରସୁଗୁଡ଼ା ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଫେସର ତହଲୁ ସାହୁ ଓ ବାଲ୍ଗୋବିନ୍ଦ ମିଶ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ପ୍ରାଥମିକ ଭାବେ ଚିକିତ୍ସା ସେବା ପାଇଥିଲେ। ଏହି ଗସ୍ତ ସମୟରେ ସଦସ୍ୟମାନଙ୍କୁ ଭିଲିଭୂମିର ବ୍ୟାପକ ପରିଦର୍ଶନ ମାଧ୍ୟମରେ ମାର୍ଗଦର୍ଶନ କରାଯିବା ସହ ଅତ୍ୟାଧୁନିକ ସ୍ବାସ୍ଥ୍ୟ ଯାଞ୍ଚ ସୁବିଧା ବିଷୟରେ ଅବଗତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା (ସିଜିଏଚଏସ୍) ଏବଂ ରାଜ୍ୟ ସରକାରଙ୍କ ନିଦାନ ଯୋଜନା ଅନୁଯାୟୀ ସେବା ପ୍ରଦାନ କରାଯାଉଥିବାରୁ ଡାଇକୋଷ୍ଟିକ୍ ସେଣ୍ଟରରେ ବାର୍ଷିକ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ସଂଘର ସଦସ୍ୟମାନେ ରାଜି ହୋଇଥିଲେ ।
ବେଦାନ୍ତ ଲିମିଟେଡର ବ୍ୟବସାୟ ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ଯାହା ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଆଲୁମିନିୟମର ଅଧାରୁ ଅଧିକ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି । ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ବପୂର୍ଣ ପ୍ରୟୋଗ କରାଯାଉଛି। ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ ସଷ୍ଟେନେବିଲିଟି ଆସେସମେଟ୍ ୨୦୨୩ ବିଶ୍ଵ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିର ପ୍ରତିଫଳନ ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ବିଶୋଧନାଗାର ଏବଂ ପାୱାର ପ୍ଲାଣ୍ଟ ସହିତ କମ୍ପାନି ଏକ ସବୁଜ ଭବିଷ୍ୟତ ପାଇଁ ଭବିଷ୍ୟତର ଧାତୁ’ ଭାବେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରିଛି ।