ନୂତନ ଆଇନର ସଠିକ ରୂପାୟନ ପାଇଁ ଅଧିକ ଅଧ୍ୟୟନ ଜରୁରୀ : ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

6

ଭୁବନେଶ୍ୱର: ପୂର୍ବ ପ୍ରଚଳିତ ଆଇପିସି, ସିଆରପିସି ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ କୁ ଉଚ୍ଛେଦ କରାଯାଇ ବର୍ତ୍ତମାନ ଦେଶରେ ଭାରତୀନୟ ନ୍ୟାୟ ସଂହିତା (ବିଏନ୍ଏସ୍), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍ଏ) ଲାଗୁ ହୋଇଛିା ଇଂରେଜ ଅମଳରୁ ଚଳି ଆସୁଥିବା ଆଇନ ପ୍ରତିବଦଳରେ ଏହି ନୂଆ ଆଇନଗୁଡ଼ିକର ପ୍ରଣୟନ ଏକ ଯୁଗୋପଯୋଗୀ ପଦକ୍ଷେପା ତେବେ ଏହାର ସଠିକ ରୂପାୟନ ପାଇଁ ସବୁବର୍ଗର ଆଇନଜୀବୀ, ଏପରିକି ସାଧାରଣ ଜନତା ଏହା ଉପରେ ଅଧିକ ଜ୍ଞାନ ଆହରଣ କରିବା ଜରୁରୀ ବୋଲି ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତିା
Imageଅଲ୍ ଓଡ଼ିଶା ଲୟରସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗଦେଇ ମନ୍ତ୍ରୀ କହିଲେ ଯେ ଅନେକ ଗରିବ ତଥା ଅସହାୟ ଅର୍ଥାଭାବ ଯୋଗୁଁ ନିଜ ପାଇଁ ଆଇନଜୀବୀ ଠିକ୍ କରିପାରୁ ନାହାନ୍ତିା ଫଳରେ ସାମାନ୍ୟ ଅଭିଯୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ଦିନଧରି କାରାଗାରରେ ରହିବାକୁ ପଡ଼ୁଛିା ତେଣୁ ଏହି ସମସ୍ୟାର ସମାଧାନ ସହ ନ୍ୟାୟିକ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଅଧିକ ସଂଖ୍ୟକ ନ୍ୟାୟାଳୟ ପ୍ରତିଷ୍ଠା ଲାଗି ସରକାର ଚିନ୍ତା କରୁଥିବା ସେ କହିଥିଲୋ ଏଥି ସହିତ ଆଇନଜୀବୀମାନେ ହେଉଛନ୍ତି ନ୍ୟାୟପାଳିକାର ସୁରକ୍ଷାଦାତାା ଆଇନଜୀବୀଙ୍କ ସମସ୍ତ ଅସୁବିଧାର ସମାଧାନ ଏବଂ ସେମାନଙ୍କୁ ମୌଳିକ ସୁବିଧା ପ୍ରଦାନରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲୋ
Image“ନେଭିଗେଟିଂ ଦି ନୁ୍ୟ ଲିଗାଲ୍ ଲ୍ୟାଣ୍ଡସ୍କେପ୍: ଅଣ୍ଡରଷ୍ଟାଣ୍ଡିଂ ଦି ରିସେଣ୍ଟ କ୍ରିମିନାଲ ଲ ରିଫର୍ମସ ‘ ଶୀର୍ଷକ ବିଷୟ ଉପରେ ଆଜି ସ୍ଥାନୀୟ ପାଲ ହାଇଟସ ଠାରେ ଆୟୋଜିତ ଏହି କର୍ମଶାଳାରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀ ଭି. ଗୋପାଳଗୌଡ଼, ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଶ୍ରୀ ଶିବଶଙ୍କର ମିଶ୍ର, କିଟ୍ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀ ଏଲ୍. ଏନ୍. ମିତ୍ରଙ୍କ ସମେତ ଅଲ୍ ଓଡ଼ିଶା ଲୟରସ୍ ଆସୋସିଏସନ ଅଧ୍ୟକ୍ଷ ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି, ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲ୍ ଅଧ୍ୟକ୍ଷ ଶ୍ରୀ ସିତାଂଶୁ ମୋହନ ଦ୍ୱିବେଦୀ ଏବଂ ସେମିନାର୍ ସଂଯୋଜକ ଶ୍ରୀ ବିଭୂପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ଏହି କର୍ମଶାଳାରେ ବହୁ ଆଇନଜ୍ଞ, ଶିକ୍ଷାବିତ୍, ବରିଷ୍ଠ ପୋଲିସ୍ ଅଧିକାରୀ ତଥା ବୁଦ୍ଧଜୀବୀମାନେ ଯୋଗଦେଇ ନିଜର ମତ ବିନିମୟ କରିଥିଲୋ କର୍ମଶାଳାରେ ୬୦୦ରୁ ଉର୍ଦ୍ଧ୍ବ ଆଇନଜୀବୀ ଏବଂ ଆଇନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲୋ ଏହି କର୍ମଶାଳାକୁ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଛାତ୍ରୀ ଅଭିଲିପ୍ସା ମହାନ୍ତି ସଂଯୋଜନା କରିଥିଲୋ

Leave A Reply

Your email address will not be published.