ଭବନେଶ୍ୱର : ମୁଖ୍ୟମନ୍ତ୍ରୀ ଆସନ୍ତା ତା ୦୧.୦୭.୨୦୨୪ ଦିବା ୧୧ ଘଟିକା ସମୟରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ୟୁନିଟ-୫ ସ୍ଥିତ ଭୁବନେଶ୍ବରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ସେହିଦିନ ଦିବା ୯ ଘଟିକା ରୁ ୧୨ ଘଟିକା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ହେବ । ଏଣୁ ରାଜ୍ୟର ସମସ୍ତ ଜନସାଧାରଣମାନଙ୍କୁ ଜଣାଇଦିଆଯାଉଛି କି ଆଗ୍ରହୀ ବ୍ୟକ୍ତିମାନେ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ଉପରୋକ୍ତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜିକରଣ କରାଇ ଅଭିଯୋଗଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣେଇ ପାରିବେ ବୋଲି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି |
ଜିଲ୍ଲାପାଳ ମଧ୍ୟ ଜିଲ୍ଲା ସ୍ତରରେ ପ୍ରତ୍ୟେକ ସୋମ ବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଅଭିଯୋଗ ଶୁଣାଣୀ ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।