ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ସମ୍ବର୍ଦ୍ଧନା ଉତ୍ସବ

5

ଭୁବନେଶ୍ୱର: ରାଜଧାନୀରେ ବସବାସ କରୁଥିବା ଜଗତସିଂହପୁର ଜିଲ୍ଲାର ଅଧିବାସୀମାନଙ୍କୁ ନେଇ ଗଠିତ ଜଗତସିଂହପୁର ଜିଲ୍ଲା ବକିାଶ ପରିଷଦ ପକ୍ଷରୁ ଆଗାମୀ ତା. ୩୦/୦୬/୨୦୨୪ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଜୟଦେବ ଭବନ ପରିସରସ୍ଥ ଗୀତ ଗୋବିନ୍ଦ ସଦନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛିା ଏହି ଉତ୍ସବରେ ଜିଲ୍ଲାର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ନବନିର୍ବାଚିତ ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ବିଧାୟକ ସର୍ବଶ୍ରୀ ଅମରେନ୍ଦ୍ର ଦାସ, ଶାରଦା ପ୍ରସନ୍ନ ଜେନା ଓ ରମାକାନ୍ତ ଭୋଇଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛିା ଉତ୍ସବରେ ଜିଲ୍ଲାର ଜନସାଧାରଣ ଯୋଗଦେବାକୁ ପରିଷଦର ମୁଖ୍ୟ ସଂଯୋଜକ ଶ୍ରୀ ସୂର୍ଯ୍ୟ ମହାନ୍ତି ଓ ସମ୍ପାଦକ ଡ. ସୌଭାଗ୍ୟ ରାଉତରାୟ ନିବେଦନ କରିଛନ୍ତିା

Leave A Reply

Your email address will not be published.