ପାରମ୍ପରିକ ମାଟି କଳା ପୁନରୁଦ୍ଧାର ପାଇଁ ମାଟି କଳା ବୋର୍ଡ ଗଠନ ହେଉ : ରାଜୁ ଘିବେଲା

0

 ପଦ୍ମପୁର/ନିଳ ଦୀପ

ଦୀର୍ଘ ତିନିଦିନ ଧରି କପସିଲା କୋରାଲ ମଣ୍ଡପଠାରେ ଶ୍ରୀଯୁକ୍ତ ହରିବୋଲ ରଣାଙ୍କ ସଭାପତିତ୍ୱରେ ଚାଲିଥିବା ପଦ୍ମପୁର ବ୍ଳକ ସ୍ତରୀୟ  କୋରାଲ ପୂଜାର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଯୁବନେତା ତଥା ଜଣ ଶୁଣା ସମାଜସେବୀ  ଶ୍ରୀଯୁକ୍ତ ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କୋରାଲ ସମାଜର କୌଲିକ ବୄତ୍ତି ମାଟି କଳା ଲୋପ ପାଇଯାଉଥିବାରୁ ଏକ ମାଟିକଳା ବୋର୍ଡ ଗଠନ କରି ସରକାର ପ୍ରତ୍ସାହନ ଦେବା ପାଇଁ ଦାବୀ କରିବା ସହ ଆଗାମୀ ଦିନରେ କୋରାଲ ସମାଜର ଉନ୍ନତି ପାଇଁ ସରକାରଙ୍କ ଦୄଷ୍ଟି ଆକର୍ଷଣ କରିବା ପାଇଁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ । ଉକ୍ତ ବୈଠକରେ ହରିବୋଲ ରଣା,ଅର୍ଜୁନ ନାଏକ,ପ୍ରକାଶ ରଣା, ହୀରାଲାଲ ରଣା,ବସନ୍ତ ରଣା ପ୍ରମୁଖ ମଞ୍ଚାସିନ ଥିଲେ ।ଗୋଳାପ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ନେପାଳ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.