ତାଲପଦର ଗାଁରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ।

5

ପଦ୍ମପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଠାରେ ସୋମବାର ସନ୍ଧ୍ୟା ୫ଟା ସମୟରେ ନବନିର୍ବାଚିତ ବିଧାୟକ ସନତ କୁମାର ଗର୍ତିଆଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି ଗାଁ ଲୋକେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବିଜେପି ଦଲ ପକ୍ଷରୁ ନବନିର୍ବାଚିତ ଭାବେ ସନତ କୁମାର ଗର୍ତିଆଙ୍କୁ ଲୋକେ ବହୁମତ ଭୋଟ ଦେଇ ବିଜୟ କରିଥିଲେ । ଆଜି ତାଲପଦର୍ ଠାରେ ବିଧାୟକ ସନତ କୁମାର ଗର୍ତିଆଙ୍କୁ ଭବ୍ୟ ସ୍ଵାଗତ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି ଏବଂ ଉକ୍ତ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ବିଧାୟକଙ୍କୁ ଜଣାଇଥିଲେ ଗ୍ରାମବାସୀ । ଏହି ଅବସରରେ ଗାଁର ସୁବୋଧ ପଧାନ ଙ୍କ ଝିଅ ବାହା ଘରରେ ମଧ୍ଯ ସାମିଲ ହୋଇ ଆଶିର୍ବାଦ ଦେଇଥିଲେ । ତାଙ୍କ ସହ ଏହି ଗାଁର ଗାଁ ଗୌତିଆ ଚୁଡ଼ାମଣି ପଧାନ୍, ସୋମନାଥ ପଧାନ, ଶୁଶାନ୍ତ ମିଶ୍ର, ବାସୁଦେବ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.