ପୃଥକ ପୃଥକ ଘଟଣାରେ ଝାରପୋଖରିଆ ଥାନାରେ ମାମଲା ରୁଜୁ।

5

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଝାର ପୋଖରିଆ ଥାନା ଅଧୀନରେ ଥିବା ଜାମଶୋଳା ଠାରେ ବାଲିଚୋର ଙ୍କ ଆଡ୍ଡା ସ୍ଥଳୀ , ବଟି ଆଦାୟ ପାଲୋଟି ଥିବା ବେଳେ ଏବେ ଦେଖା ଦେଇଛି ବାଇକ୍ ଲୁଟେରା । ସୂଚନା ଅନୁସାରେ ଦୁଇଜଣ ଅଭିଯୁକ୍ତ ଗୋଟେ ପୁଲସର୍ ବାଇକ୍ ରେ ଆସି ଗୋଟିଏ ପରିବା ବୋଝେଇ ପିକ୍ଅପ ଭ୍ୟାନ ଯାହାର ରେଜିଷ୍ଟସନ୍ ନମ୍ବର ଓଡି ୧୭ ସି ୧୪୪୦ କୁ ଅଟକାଇ ବଟି ଆଦାୟ ଉଦ୍ଦେଶ୍ୟ ରେ ଟଙ୍କା ମାଗିଥିଲେ। ଗାଡ଼ି ଡ୍ରାଇଭର ତାଙ୍କୁ ଟଙ୍କା ନ ଦେବାରୁ ସେମାନେ ଡ୍ରାଇଭର ଙ୍କ ମୋବାଇଲ ଫୋନ ଛଡାଇ ନେଇଥିଲେ । ଖବର ପାଇ ଝାରପୋଖରିଆ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣି ଅଟକ ରଖିଥିଲେ । ଦୁଇ ଅଭିଯୁକ୍ତ ଜମଶୋଲା ନିକଟବର୍ତ୍ତୀ କୁଅଁରଡ଼ିହି ଗ୍ରାମର ବିକି ସାହା ଏବଂ ଅନ୍ୟ ଜଣେ ବିଟୁ ମିଶ୍ର ବୋଲି ଜଣା ପଡ଼ିଛି। ପୁଣି ଅଭିଯୁକ୍ତ ମାନଙ୍କ ପୂର୍ବରୁ ୧୧ ଗୋଟି ଅପରାଧ ମାମଲାରେ ଜଡିତ ଥିବା ମଧ୍ୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କେଶ ନମ୍ବର ୧୪୩/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଠିକ୍ ସେହିପରି ଏକ ବାଲି ବୋଝେଇ ଟ୍ରକ ଯାହାର ରେଜିଷ୍ଟେସନ୍ ନମ୍ବର ଜେ ଏଚ ୦୫ ସି ପି ୨୨୨୧ କୁ ଜାମଶୋଳା ନିକଟବର୍ତ୍ତି ନୂଆଗାଁ ଠାରେ ପୁଲିସ ସିଜ୍ କରି ଥିବାବେଳେ ଥାନା କେଶ୍ ନମ୍ବର ୧୪୪/୨୪ ରେ ଏକ ମାମଲା ରୁଜୁ କରିଛି । ଜାମଶୋଳା ଠାରେ ଦିନକୁଦିନ ଅପରାଧ ବଢ଼ିବାକୁ ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଥିବା, ବେଳେ ହଠାତ୍ ସରକାର ପରିବର୍ତ୍ତନ ଫଳରେ ପୋଲିସ ପ୍ରଶାସନ ସକ୍ରିୟ ହେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦେଖିବାକୁ ମିଳିଛି। 

Leave A Reply

Your email address will not be published.