ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ବୀଦିବସୀୟ ବାର୍ଷିକ କ୍ରୀଡା ଉଦଯାପିତ

0

ପଦ୍ମପୁର/ନିଳ ଦୀପ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳିମାରାଣୀ ମହାନ୍ତି ଓ ସାପଲହର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ପବିତ୍ର ମୋହନ ପ୍ରଧାନ,ବରିକେଳ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ କ୍ଷୀରୋଦ୍ର ଦାଶଙ୍କ ସହଯୋଗ କ୍ରମେ ଦ୍ବିଦିବସୀୟ ବାର୍ଷିକ କ୍ରମଶଃ କ୍ରୀଡା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବ ସଭାରେ ପଦ୍ମପୁର ଥାନାଅଧିକାରୀ କେ ପ୍ରିୟଙ୍କା ରାଉତରାୟ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ବହିଦାର ଯୋଗଦାନ କରିଥିଲେ ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ବୄ୍ନ୍ଦାବନ ଦାଶ ସଭାର ଅତିଥି ପରିଚୟ ପ୍ରଦାନ,ସ୍ବାଗତଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଶ୍ରୀ ଦାଶଙ୍କ ଦ୍ବାରା ରଚିତ ସ୍ବାଗତ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ।ଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ ସାସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରେମାନନ୍ଦ ବେହେରା ଓ ଜୀବନାନନ୍ଦ ସାହୁ ପରିଚାଳନା କରିଥିଲେ ।ବରିଷ୍ଠ ବିଭାଗରୁ ଆଶା ସାହୁ, କନିଷ୍ଠ ବିଭାଗରୁ ସସ୍ମିତା ନାୟକ ଓ ସହ କନିଷ୍ଠ ବିଭାଗରୁ ତୋଷବନ୍ତୀ ବିଶ୍ବାଳ ବ୍ୟକ୍ତିଗତ ଭାବେ ଚମ୍ପିୟାନ ହୋଇଥିଲେ । ସୄଜନଶୀଳ ଓ କର୍ମକୁଶଳତା କାର୍ଯ୍ୟ ପାଇଁ ଶ୍ରୀ ପ୍ରେମାନନ୍ଦ ବେହେରାଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ପରିବାର ବର୍ଗ ସମ୍ମାନୀତ କରିଥିଲେ ।ଶ୍ରୀ ସୁରେନ୍ଦ୍ର କୁମାର ଭୋଇ ଓ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ,ଶ୍ରୀ ଚିନ୍ତାମଣି ସାହୁ,ଶ୍ରୀ ସୁରେଶ କୁମାର ଚୌହାନ,ଶ୍ରୀ ରଞ୍ଜନ କୁମାର ହୋତା, ଶ୍ରୀ ସୁଶୀଲ କୁମାର ବରିହା,ଶ୍ରୀମତୀ ସୁଷମା ଦାଶ,ଶ୍ରୀମତୀ ନନ୍ଦିନୀ ବାଗ,ଶ୍ରୀ ବସନ୍ତ ବାଗ ଓ ଶ୍ରୀ ଦୁଷ୍ମନ୍ତ ଛତର ପୁରସ୍କାର ବିତରଣରେ ସହଯୋଗ କରିଥିଲେ ।ଶେଷରେ ଶ୍ରୀମତୀ ମିନତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.