ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟ, ଚିହ୍ନଟର ସମୟସୀମା ସ୍ଥିର ଓ ତୁରନ୍ତ କ୍ଷତିପୂରଣ ଦାବିରେ
ସବୁ ଆରଆଇ ଅଫିସ ସାମନାରେ ହେବ ଚାଷୀ ଆନେ୍ଦାଳନ
ନଭେମ୍ବର ୨୨ରୁ ୩୦ ବିଜେପି ନେତାମାନେ ତୃଣମୂଳ ସ୍ତର ପର୍ଯନ୍ତ ଯାଇ ଉଜୁଡା କ୍ଷେତର ପରିଦର୍ଶନ କରିବେ
ଡିସେମ୍ବର ମାସ ସାରା ହେବ ରାଜ୍ୟ ବ୍ୟାପୀ ବିକ୍ଷୋଭ ଓ ଆନେ୍ଦାଳନ
ନକଲି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦିଆ ଯିବ ନାହିଁ
ସରପଂଚଙ୍କ ସୁପାରିଶ ଆଧାରରେ ଦଳୀୟ ଲୋକଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ମସୁଧାର ବିରୋଧ
ରାଜସ୍ୱ ବିଭାଗ କର୍ମଚାରୀମାନେ ସର୍ବ ସାଧାରଣଙ୍କ ଉପସ୍ଥିତିରେ ସ୍ୱଚ୍ଛତାର ସହ କ୍ଷୟକ୍ଷତିର ଆକଳନ କରିବାକୁ ଦାବି
ବିଜେପିର ଏହି ତୃଣମୂଳ ସ୍ତରର ଆନେ୍ଦାଳନରେ ଚାଷୀ ମାନେ ବ୍ୟାପକ ମାତ୍ରାରେ ସାମିଲ ହେବେ