ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବନ୍ଧୁକଧାରୀଙ୍କ ଉତ୍ପାତିଆ କାଣ୍ଡ 

0

 

ଭୁବନେଶ୍ୱର ରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା: ଆଜି ସମୟ ୧୨ ଟା ରେ ବିଜେପି ପାର୍ଟି ଅଫିସ ରେ ଦୁଇ ଯୁବକ ହାତରେ ବନ୍ଧୁକ ଧରି ବସନ୍ତ ପଣ୍ଡା ଙ୍କ ପ୍ରକୋଷ୍ଠରେ ଚଳାଇଥିଲେ  ଆତଙ୍କରାଜ ,ପୁରା ମିଡ଼ିଆ ସାମ୍ନାରେ ବନ୍ଧୁକ ଧରି ଚଳାଇଥିଲେ ଆତଙ୍କରାଜ,ନିଜକୁ ବାରଙ୍ଗ ବ୍ଲକର ବିଜେପି ଉପସଭାପତି ପରିଚୟ ଦେଇ ବସନ୍ତ ପଣ୍ଡାଙ୍କୁ ବନ୍ଧୁକ ମୁନରେ ଧମକ ଦେଇଥିବା ଜଣାପଡିଛି । ଶେଷରେ ଖାରବେଳନଗର ଥାନା ଅଧିକାରୀ ପହଞ୍ଚି ଦୁଇ ଯୁବକଙ୍କୁ ଥାନାକୁ ନେବାସହ ବନ୍ଧୁକ ଜବତ କରିଛନ୍ତି,ବନ୍ଧୁକ ନକଲି ବୋଲି ଜଣାପଡିଛି।ଉକ୍ତ ଯୁବକ ଦ୍ୱୟ ପିନାକୀ ମହାନ୍ତି ଏବଂ ସମ୍ବିତ ପଣ୍ଡା ବୋଲି ଜଣାପଡିଛି। ଏହି ଘଟଣା ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ସେମାନେ ବିଜେପିର କର୍ମକର୍ତା ନୁହନ୍ତି, ମୁଁ ତାଙ୍କୁ ଚିହ୍ନିନି। ସେପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି ଏହା ଏକ ଯୋଜନା ବଦ୍ଧ ଷଡଯନ୍ତ୍ର।ବିଜେପି ର କଣ୍ଠରୋଧ କରିବାକୁ ଚେଷ୍ଟା ଚାଲିଛି। ତେବେ କଣ ପାଇଁ ବନ୍ଧୁକ ନେଇ ପାର୍ଟି ଅଫିସ ରେ ପଶିଥିଲେ ତାହା ତଦନ୍ତ ପରେହିଁ ଜଣାପଡିବ।

 ବିଜେପି ପାର୍ଟି ଅଫିସ ବାହାର ଯୁବକ ପଶିଲେ କେମିତି ? କିଛି ଅଘଟଣ ସେମାନେ ଘଟାଇନାହାନ୍ତି, କେବଳ ଯାହା ରୋଲ  କରିଛନ୍ତି! ଖାଲି ରୋଲ କରିବାକୁ କିଏ ବା କାହିଁକି ପାର୍ଟି କାର୍ଯ୍ୟାଳୟ ରେ ପଶିବ  ଅଯଥା ମାଡ  ଗୁଡ଼େ ଖାଇବାକୁ !!! ହୁଏତ ବିଜେପି ଭିତରର  ଜଣାଶୁଣା ଲୋକ କାହାର ଡ୍ରାମା ଭିଆଇ ଥାଇ ପାରିଥାନ୍ତି ଅବା ଏହା ପଛରେ ଭିନ୍ନ କିଛି ଡ୍ରାମା ଥାଇପାରେ !!!!!! ଦଳ ଭିତରେ ଜମାଟ ବାନ୍ଧୁଥିବା ଅଶାନ୍ତିର  ଏହା ପ୍ରତିଫଳନ ହୋଇଥାଇପାରେ ଅବା କୌଣସି ନାଟକ ପ୍ରାୟୋଜିତ ହୋଇଥାଇପାରେ  ! ଘଟଣାର ତଦନ୍ତ ହେଲେଜଣାପଡିବା କିଏ ଅଛି ଏହା ପଛରେ !!!!!!!!! ମିଳିଥିବା ଖବର ଅନୁଯାୟୀ ସେ ଭାଇ କୁଆଡେ ବିଜେପିର ବାରଂଗ ମଣ୍ଡଳ ଉପସଭାପତି! ହେଲେ ସତ କଣ ତାହା ପୋଲିସ ତଦନ୍ତରୁ ଜଣାପଡିବ ! ହେଲେ ବିଜେପି ଉପସଭାପତି ସମୀର ମହାନ୍ତି ଯାହା କହିଲେ ଯେ କଣ ଗୋଟେ ଚକ୍ରାନ୍ତ ହୋଇଛି, ସେଟା କଣ ସଫା କରି କରିଲେ ରାଜ୍ୟବାସୀ ଜାଣନ୍ତେ !!!!

Leave A Reply

Your email address will not be published.