ଦଶମ ବାର୍ଷିକ ବୋର୍ଡ ପରୀକ୍ଷା ଫଳ, ଡାବୁଗାଁ ବ୍ଲକ ଟପ୍ପର ହେଲେ ପ୍ରତିଭା ମିଶ୍ର

2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୬/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ଦଶମ ବାର୍ଷିକ ବୋର୍ଡ ପରୀକ୍ଷା ଫଳ ସନ୍ତୋଷ ଜନକ ରହିଛି। ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରତିଭା ମିଶ୍ର ସର୍ବୋଚ୍ଚ ୫୧୮ ମାର୍କ ଏ୨ ଗ୍ରେଡ ରେ ପାସ କରି ବ୍ଲକ ଟପ୍ପର ହୋଇଛନ୍ତି। ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶତ ପ୍ରତିଶତ ପାସ କରିଛନ୍ତି। ବ୍ଲକ ରେ ଏ ୨ ଗ୍ରେଡ ରେ ଜଣେ, ବି୧ ରେ ୨୫ , ବି୨ ରେ ୧୩୨, ସି ଗ୍ରେଡ ରେ ୫୨୭, ଡି ଗ୍ରେଡ ରେ ୩୩୪, ଇ ଗ୍ରେଡ ରେ ୧୦୨ ଓ ଏଫ ଗ୍ରେଡ ରେ ୩୦ ଜଣ ପାସ କରିଛନ୍ତି। ଡାବୁଗାଁ ବ୍ଲକ ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୯.୩୬ ପ୍ରତିଶତ, ବଡ ଓଲମା ୟୂଜି ହାଇସ୍କୁଲ ରେ ୯୫ ପ୍ରତିଶତ, ବୋରିଗାଁ ୟୁଜି ହାଇସ୍କୁଲ ରେ ୮୭ ପ୍ରତିଶତ, ଜବାଗୁଡା ସରକାରୀ ୟୁଜି ହାଇସ୍କୁଲ ରେ ୮୫ ପ୍ରତିଶତ, ଚଚରାଗୁଡ଼ା ୟୁଜି ହାଇସ୍କୁଲ ରେ ୯୩ ପ୍ରତିଶତ, ଜୁନା ପାଣି ୟୁଜି ହାଇସ୍କୁଲ ରେ ୯୧ ପ୍ରତିଶତ, ଘୋଡାଖୁଣ୍ଟା ୟୁଜି ହାଇସ୍କୁଲ ରେ ୮୯ ପ୍ରତିଶତ, ରାବଣାଗୁଡ଼ା ଆଇ ଏସ ଆର ଡି ହାଇସ୍କୁଲ ରେ ୯୫ ପ୍ରତିଶତ ଓ ଗୌରୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୯୭ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି।

Leave A Reply

Your email address will not be published.