ଭୁବନେଶ୍ୱର: ଆଜି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଯୁକ୍ତ-୨ ପରୀକ୍ଷାଫଳ ପ୍ରକାଶ ପାଇଛିା ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ବାର୍ଷିକ ଯୁକ୍ତ-୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ସ୍ରୋତର ପରୀକ୍ଷାଫଳକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତିା ପରୀକ୍ଷାର ଉପଯୁକ୍ତ ପରିଚାଳନା ଏବଂ ଉଚିତ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ମକର୍ତ୍ତା ଓ କର୍ମଚାରୀମାନଙ୍କୁ ସେ ଧନ୍ୟବାଦ ଜଣାଛନ୍ତି । ପରୀକ୍ଷାର୍ଥୀମାନେ www.orissaresults.nic.in ଏବଂ https://results.digilocker.gov.in ପରୀକ୍ଷା ଫଳ ଜାଣିପାରିବା ସହ ମାର୍କସିଟ୍ ଡାଉନ୍ଲୋଡ଼୍ କରିପାରିବୋ ଏହି ଫଳାଫଳ ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍ସ ଇ-ସ୍ପେସରେ ମଧ୍ୟ ଉପଲବ୍ଧ ହେଉଛିା ଏଥି ସହିତ ହେଲପ୍ଲାଇନ୍ ନଂ-୯୯୩୭୯୪୧୧୪୮, ୯୭୭୬୨୧୬୬୨୪, ୯୮୬୧୦୯୭୭୩୮ ଏବଂ ୯୯୩୭୩୯୦୮୭୮ରୁ ଆବଶ୍ୟକୀୟ ସୂଚନା ପାଇପାରିବୋ
ଚଳିତ ବର୍ଷ ରାଜ୍ୟରେ କଳା ସ୍ରୋତରେ ୨ ଲକ୍ଷ ୩୫ ହଜାର ୨୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ଏକ ଲକ୍ଷ ୯୦ ହଜାର ୪୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୦.୯୫ ପ୍ରତିଶତ ରହିଛି । କଳା ସ୍ରୋତରେ ୧,୦୪,୪୪୭ ଜଣ ପୁଅଙ୍କ ମଧ୍ୟରୁ ୭୫,୯୧୩ ଜଣ ପାସ୍ କରିଥିବାବେଳେ ୧,୩୦,୭୭୧ ଜଣ ଝିଅଙ୍କ ମଧ୍ୟରୁ ୧,୧୪,୫୧୬ ଜଣ ପାସ୍ କରିଛନ୍ତିା
ରାଜ୍ୟରେ ବାଣିଜ୍ୟ ସ୍ରୋତରେ ୨୫ ହଜାର ୮୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୨୧ ହଜାର ୩୦୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୨.୨୭ ପ୍ରତିଶତ ରହିଛି । ବାଣିଜ୍ୟ ସ୍ରୋତରେ ୧୬,୪୬୬ ଜଣ ପୁଅଙ୍କ ମଧ୍ୟରୁ ୧୩,୨୩୯ ଜଣ ପାସ୍ କରିଥିବାବେଳେ ୯,୪୩୧ ଜଣ ଝିଅଙ୍କ ମଧ୍ୟରୁ ୮,୦୬୯ ଜଣ ପାସ୍ କରିଛନ୍ତିା
ସେହିପରି ରାଜ୍ୟରେ ବିଜ୍ଞାନ ସ୍ରୋତରେ ଏକ ଲକ୍ଷ ୧୫ ହଜାର ୮୯୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ଏକ ଲକ୍ଷ ୭୫୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୬.୯୩ ପ୍ରତିଶତ ରହିଛି । ବିଜ୍ଞାନ ସ୍ରୋତରେ ୬୦,୯୭୩ ଜଣ ପୁଅଙ୍କ ମଧ୍ୟରୁ ୫୨,୫୬୭ ଜଣ ପାସ୍ କରିଥିବାବେଳେ ୫୪,୯୨୨ ଜଣ ଝିଅଙ୍କ ମଧ୍ୟରୁ ୪୮,୧୯୦ ଜଣ ପାସ୍ କରିଛନ୍ତିା
ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷାରେ ୫୬୩୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୮୩୪ ଜଣ କୃତକାର୍ଯ୍ୟ ହୋଇଛନ୍ତିା ଏହି ପରୀକ୍ଷାରେ ପାସହାର ୬୮.୦୨ ପ୍ରତିଶତ ରହିଛି ।
ଏହି ଅବସରରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍. ଆୟାର, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଅଶୋକ କୁମାର ନାୟକ, ଉପପରୀକ୍ଷା ନିୟନ୍ତ୍ରକ ଶ୍ରୀ ପ୍ରଶାନ୍ତ ପରିଡ଼ା, କାଉନ୍ସିଲ୍ର ସଚିବ ଶୁଭ୍ରା ବେହେରାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ
ଥିଲେ ।
Sign in
Sign in
Recover your password.
A password will be e-mailed to you.