ନିଜର ଭୋଟ ଦିଅନ୍ତୁ ଓ ୱଣ୍ଡେର୍ଲା ଭୁବନେଶ୍ୱର ପାର୍କ ଟିିକେଟରେ ୧୫% ଛାଡ ପାଆନ୍ତୁ!

2

ଭୁବନେଶ୍ୱର: ଭୋଟଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ପ୍ରସାର କରିବାର ଏକ ପଦକ୍ଷେପ ସ୍ୱରୂପ ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ ପାର୍କ ଚେନ୍‌ ୱଣ୍ଡେର୍ଲା ହଲିଡେଜ୍‌ ଲିମିଟେଡ ଘୋଷଣା କରିଛି ଯେ ସେମାନେ ଭୋଟଦାନ ଚିହ୍ନ ପ୍ରଦର୍ଶନ କରୁଥିବା ଗ୍ରାହକମାନଙ୍କୁ ସେମାନଙ୍କର ଭୁବନେଶ୍ୱର ପାର୍କର ଟିକେଟ ଉପରେ ୧୫% ରିହାତି ପ୍ରଦାନ କରିବେ ।
ଏହି ଅଫର୍‌ ୨୦୨୪ ମେ ୨୫ରୁ ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ୱଣ୍ଡେର୍ଲା ଭୁବନେଶ୍ୱର ପାର୍କରେ ଅନ୍‌ଲାଇନ ଓ ଅଫ୍‌ଲାଇନ ବୁକିଂ ନିମନ୍ତେ ପ୍ରଯୁଜ୍ୟ ହେବ । ଏହି ଅଫର୍‌ର ସୁବିଧା ନେବାକୁ କାଳି ଲାଗିଥିବା ଆଙ୍ଗୁଠିକୁ ପାର୍କ ପ୍ରବେଶ ପଥରେ ଯାଞ୍ଚ କରାଯିବ ।
ୱଣ୍ଡେର୍ଲା ଭୁବନେଶ୍ୱର ହେଉଛି ୱଣ୍ଡେର୍ଲାର ସମ୍ମାନଜନକ ବର୍ଗମାଳାର କୋଚି, ବେଙ୍ଗାଲୁରୁ ଏବଂ ହାଇଦରାବାଦ ପରେ ଚତୁର୍ଥ ମିଶ୍ରଣ । ଏହି ଉଦ୍ୟୋଗ ୱଣ୍ଡେର୍ଲା ୨୦୦୦ରେ ସ୍ଥାପିତ ହେବା ଦିନଠାରୁ ଅତୁଳନୀୟ ମନୋରଂଜନ ଅନୁଭୂତି ଯୋଗାଇଦେବାକୁ ରଖିଆସିଥିବା ଏକନିଷ୍ଠ ପ୍ରତିବଦ୍ଧତାର ପ୍ରତିନିଧିତ୍ୱ କରୁଛି ।
ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଶ୍ରୀ ଅରୁଣ ଚିଟ୍ଟିଲାପିଲେ, ମ୍ୟାନେଜିଂ ଡାଇରେକ୍ଟର, ୱଣ୍ଡେର୍ଲା ହଲିଡେଜ୍‌ ଲିମିଟେଡ କହିଛନ୍ତି, “ଭୋଟଦାନ କେବଳ ଆମର ଏକ ଅଧିକାର ନୁହେଁ, ବରଂ ଏକ ଦାୟିତ୍ୱ ଯାହା ପ୍ରତ୍ୟେକ ନାଗରିକ ବଜାୟ ରଖିବା ଉଚିତ । ୱଣ୍ଡେର୍ଲାରେ ଆମେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଏବଂ ସେମାନଙ୍କର ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିବ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ପ୍ରବର୍ତ୍ତାଇବା ପ୍ରୟାସଗୁଡିକୁ ସମର୍ଥନ କରିବା ନିମନ୍ତେ ଉତ୍ସର୍ଗୀକୃତ ରହିଛୁ ।”
ୱଣ୍ଡେର୍ଲା ପରିଦର୍ଶକଙ୍କୁ ସେମାନଙ୍କର ଟିକେଟ ଅନ୍‌ଲାଇନ ୱେବସାଇଟ https://www.wonderla.com/ରେ ଅଗ୍ରୀମ ବୁକ୍‌ କରିବା ଅଥବା ୦୬୭୪ – ୬୬୪୦୩୦୦ ରେ ଯୋଗାଯୋଗ କରିବାକୁ ଉତ୍ସାହିତ କରୁଛି ।

Leave A Reply

Your email address will not be published.