ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶୋଭନୀୟ ଶବ୍ଦ ପ୍ରୟୋଗ ଓଡ଼ିଶା ବିଜେପିକୁ ଆଦୌ ଶୋଭାପାଉନି: ବବି

2

“ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ଶପଥ ନେବେ।”

ଭୁବନେଶ୍ୱର : ” ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି। ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲପାଆନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି। ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେବା, ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ବିଜେପିକୁ ଆଦୌ ଶୋଭାପାଉନି। ନିଜେ ଧର୍ମେନ୍ଦ୍ର ପ୍ରଧାନ, ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ।” ବୋଲି କହିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ମତ ପ୍ରକାଶ କରିଛନ୍ତି |
ତାଙ୍କ Xହାଣ୍ଡଲରେ ବବି କହିଛନ୍ତି ଯେ ” ଯେହେତୁ ବାହାରୁ ଆସୁଥିବା ନେତା ଆମ ଅତିଥି, ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁନଥିଲୁ, କାରଣ ବିଜେଡି ସବୁବେଳେ ଓଡ଼ିଶାର ସଂସ୍କୃତିକୁ ପାଳନ କରେ। ଗତ ୧୦ ବର୍ଷ ହେଲା ଆମେ ଦେଖି ଆସୁଛୁ, ଓଡ଼ିଶା ବିଜେପି ନେତା ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇ ଆସୁଛନ୍ତି। କାରଣ ସେମାନଙ୍କ ନିକଟରେ ଆଉ କିଛି ମୁଦ୍ଦା ନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ ବିରୋଧ କରିଥିବା ଧର୍ମେନ୍ଦ୍ର ପ୍ରଧାନ କେବେ ମଧ୍ୟ NH-55 କାମ କିଭଳି ଶୀଘ୍ର ସରିବ ସେନେଇ ତତ୍ପରତା ଦେଖାଇନାହାନ୍ତି। ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ବାବୁ ଛତିଶଗଡ଼ ପାଇଁ କରିଥିବା ଓକିଲାତି କାହାକୁ ଅଛପା ନାହିଁ। #5T ଅଧ୍ୟକ୍ଷ ତଥା ବିଜେଡି ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ସଭାରେ ପଚାରିଥିବା ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଇପାରିଲେନି ଧର୍ମେନ୍ଦ୍ର ବାବୁ। କାରଣ ସେ ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି। ”
ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବିଜେପି କରୁଥିବା ପ୍ରଚାରର ଜବାବ ଦେଇ ବବି କହିଛନ୍ତି ଯେ “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ମିଛ ପ୍ରଚାର ହେଉ ଅବା ଓଡ଼ିଶାର ବିକାଶକୁ ବିରୋଧ କରିବାର ମାନସିକତା, ବିଜେପିର ମିଛକୁ ଓଡ଼ିଶାବାସୀ ଜାଣି ସାରିଲେଣି। ଏଭଳି ଡାହା ମିଛକୁ ସେମାନେ ଆଦୌ ଗ୍ରହଣ କରୁନାହାନ୍ତି। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ଶପଥ ନେବେ।”

Leave A Reply

Your email address will not be published.