ପ୍ରାଚୀନ କବି ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ପ୍ରସ୍ତୁତି ବୈଠକ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାଚୀନ କବି ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁକୁନ୍ଦ ପାଢୀ ସ୍ମୃତି ସଂସଦର ସଂପାଦକ ଭାଗବତ ପାଢୀ ଆଗାମୀ ଜୁନ୍ ୯ ତାରିଖରେ ହେବାକୁ ଥିବା କବିଙ୍କର ୧୫୩ତମ ଜୟନ୍ତୀ ଉତ୍ସବ ସଫଳ କରିବାପାଇଁ ଅନୁରୋଧ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କମିଟିର ସଭାପତି ଭାରତ ଭୂଷଣ ମହାନ୍ତି ତଥା ସଭ୍ୟ/ସଭ୍ୟା ଏବଂ ବୁଦ୍ଧିଜୀବୀ ଉପସ୍ଥିତି ଥିଲେ।

Leave A Reply

Your email address will not be published.