ଶହେ ରୁ ଉର୍ଦ୍ଧ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ ।

2

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ସାରସକଣା ବ୍ଳକ୍ ର ୫୬ ନମ୍ବର ଜୋନ ରେ ଦେଖିବାକୁ ମିଳିଛି ଭିନ୍ନ ରାଜନୈତିକ ଦୃଶ୍ୟ । ପ୍ରତ୍ୟେକ ଦିନ କିଛି କିଛି ବିଜେଡି ଓ ଅନ୍ୟ ଦଳରୁ କର୍ମୀ ବିଜେପିରେ ଯୋଗ ଦେବାର ଦେଖିବାକୁ ମିଳିଛି । ତେବେ ଗତକାଲି ଝାରପୋଖରିଆ ସମିତି ସଭ୍ୟା ସସ୍ମିତା ମହାନ୍ତ ଏଵଂ କୁଡୁମି ସେନାର ମୟୂରଭଞ୍ଜ କାର୍ଯ୍ୟକାରିଣୀ ସଭାପତି ସାଇରମ ମହାନ୍ତ ଯୋଗ ଦେଇଥିବା ବେଳେ ତାଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ । ସେହିପରି ଆଜି ୫୬ ନମ୍ବର ଜୋନର ବିଭିନ୍ନ ଗ୍ରାମରୁ ପ୍ରାୟ ୩୦ ରୁ ଉର୍ଦ୍ଧ ଆଗ ଧାଡିରେ ଥିବା କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଯୋଗ ଦେଇଥିବା କର୍ମୀ ମାନଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା , ଶିର୍ଷା ସରପଞ୍ଚ ଭାନୁ ମୁଣ୍ଡା ଏବଂ ପାଣ୍ଡରା ସରପଞ୍ଚ ଗଣେଶ ସିଂ ଙ୍କ ଉପସ୍ଥିତିରେ ସେମାନଙ୍କୁ ଉପଢୈlକନ ଏବଂ ବିଜେପି ଟୋପି ପିନ୍ଧାଇ ସ୍ବାଗତ କରିଥିଲେ । ତେବେ ବିଜେପି ଦଳରେ ସାଧାରଣ ଜନତା ଠାରୁ ଆରମ୍ଭ କରି ଆଗଧାଡିର ବିଜେଡି ନେତା ମାନେ ମିଶିବା ନିର୍ବାଚନ ସମୟରେ ବିଜେପି ଦଳ କୁ ସୁଫଳ ମିଳିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଆଗକୁ ଆଉ କ’ଣ କ’ଣ ଦେଖିବାକୁ ମିଳିବ ତାହା ସମୟ କୁ ଅପେକ୍ଷା।

Leave A Reply

Your email address will not be published.