ନୟାଗଡ଼(ବିଶ୍ଵଜିତ ନାୟକ) – ଗତକାଲି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ଅଧ୍ୟାପକ ନିଲମ୍ବିତ ।ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଶ୍ରୀ ସର୍ବେଶ୍ୱର ମହାରଣାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।ସୂଚନା ଅନୁଯାଇ ଶ୍ରୀ ମହାରଣା ଭାପୁରରେ ବିଜୁ ଜନତା ଦଳର ରାଜନୈତିକ ପ୍ରଚାର ରାଲିରେ ଯୋଗ ଦେଇଥିଲେ । ଯାହା ବିଭିନ୍ନ ସମ୍ବାଦ ପତ୍ର ଏବଂ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା ।ଏହା ଉପରେ ତଦନ୍ତ କରାଯିବା ପରେ ଖବରଟି ସତ୍ୟ ବୋଲି ଜଣାପଡ଼ିଥିଲା । ଶ୍ରୀମତୀ ସିଂଙ୍କ ଏପରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ଅନ୍ୟ ସରକାରୀ କର୍ମଚାରୀମାନେ ଏପରି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ସେମାନଙ୍କୁ ଏ ବିଷୟରେ ଶହେଥର ଚିନ୍ତା କରିବାକୁ ପଡ଼ିବ ବୋଲି କୁହାଯାଇଛି ।