ଜଗତସିଂହପୁର,ତା-୨୦.୦୫.୨୦୨୪/ସୁମନ୍ତ କୁମାର ଦାସ; ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ବା ଅଂଡେଇସାହି ପଞ୍ଚାୟତ ଦାସକୁଦ ମଠ ପରିସରରେ ବିଜୁଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମୀ ସମ୍ମିଳନୀରେ ବିଧାୟକ ପ୍ରଶାନ୍ତ ମୁଦୁଲି ,ଜିଲ୍ଲା ପରିଷଦ ଅଧକ୍ଷ ମନୋଜ ଭୋଇ ,ଜଗତସିଂହପୁର ବ୍ଲକ ଅଧକ୍ଷା କନକ ପ୍ରଭା ଲେଙ୍କା,ବିଜୁ ଯୁବଛାତ୍ର ସଭାପତି ସମିତି କୁମାର ଲେଙ୍କା,ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟ ଓ ମହିଳା ସୋୟଙ୍ଗ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ସପକ୍ଷରେ ଯେପରି ଅଧିକରୁ ଅଧିକ ଭୋଟ ଆସିବ ସେଥିପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ପଞ୍ଚାୟତ ରେ ଥିବା ମହିଳା ସୋୟଙ୍ଗ ସହାୟିକା ଦଳର ମହିଳା ମାନେ ଗାଁରେ ଥିବା ମହିଳା ମାନଙ୍କୁ ବିଜେଡି ସରକାରଙ୍କ ମହିଳା ମାନଙ୍କ ପାଇଁ କରିଥିବା ଯୋଜନା ବିଷୟରେ ଅବଗତ କରାଇବା ସହିତ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଘରଘର ବୁଲି ଲୋକମାନଙ୍କୁ କହି ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଶଙ୍ଖ ଚିହ୍ନରେ ଆସିବ ସେଥିପାଇଁ ମହିଳା ମାନେ ଆଗକୁ ବାହାରି ପ୍ରଚାର ପ୍ରସାର କରିବାକୁ ବରିଷ୍ଠ ନେତୃମଣ୍ଡଳୀ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ।ଚଳିତ ନିର୍ବାଚନରେ ଜଗତସିଂହପୁର ବିଧାନସଭା ଆସନରେ ବିଜେଡି ପ୍ରାଥି ତିରିଶ ହଜାରରୁ ଉର୍ଦ୍ଧ ଭୋଟରେ ଜିତିବେ ବୋଲି ବିଧାୟକ ପ୍ରାଥି ପ୍ରଶାନ୍ତ ମୁଦୁଲି ଦୃଢୋକ୍ତି ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.