ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଏବଂ ଭଞ୍ଜନଗର ସମେତ ୮ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ମେ ମାସ ୨୦ ତାରିଖ ସୋମବାର ୨୦୨୪ ରେ ଅନୁଷ୍ଠିତ ହୋଇଛି। ଗତକାଲି ରାତିରେ କେତେକ ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାରେ ମତଦାନ ସରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଚଳିତ ୨୦୨୪ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି। ଆଜି ସକାଳେ ସ୍ଥାନୀୟ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗ୍ରାମ ଅଗଝୋଳ ବୁଥ୍ ରେ ଯାଇ ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ନିଜର ମତଦାନ ସାଧାରଣ ଜନତା ଙ୍କ ଗହଣରେ ସାବ୍ୟସ୍ତ କରିଥିଲେ। ସେହିପରି ଅନ୍ୟାନ୍ୟ ବୁଥ୍ ରେ ମଧ୍ୟ ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଠିକ୍ ଚାରିଟା ସମୟରେ ପ୍ରବଳ ଘଡଘଡି ବିଜୁଳି ବର୍ଷା ଯୋଗୁଁ ବିଦ୍ୟୁତ ବ୍ୟାଘାତ ହୋଇଥିଲା । ଫଳରେ ବାଉଁଶଲୁଣ୍ଡି ପଂଚାୟତ ର କିଛି ବୁଥ୍ ରେ ମତଦାନ ପ୍ରାୟ ଏକ ଘଣ୍ଟା ବନ୍ଦ ରହିଥିଲା । ସନ୍ଧ୍ୟା ସୁଦ୍ଧା ଭଞ୍ଜନଗର ନିର୍ବାଚନ ମଣ୍ଡଳିରେ ୪୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଅନେକ ଭୋଟର ଅପେକ୍ଷା ରେ ରହିଥିଲେ। କହିବାକୁ ଗଲେ ଭଞ୍ଜନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ର ସମୁଦାୟ ୧୫ ଗୋଟି ୱାର୍ଡରେ ପାଖାପାଖି ୧୮ ହଜାର ଭୋଟର୍ ଙ୍କ ମଧ୍ୟରୁ ଆଜି ପୁରୁଷ ଓ ମହିଳା ଭୋଟର ପାଖାପାଖି ୧୧ ହଜାର ନିଜର ମତଦାନ ସାବ୍ୟସ୍ତ କରିଥିବା ର ରେକର୍ଡ ହୋଇଛି।ସେହିପରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁହାଁବାଡ଼ି ଗ୍ରାମର ୪୭ ନଂ ବୁଥ୍ ରେ ଶାସକ କର୍ମୀ ଙ୍କ ଗୁଣ୍ଡାରାଜ ବିରୋଧି କର୍ମୀ ମାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ବୁଥ ରେଗିଗଂ ପାଇଁ ଚେଷ୍ଟା ବେଳେ ବିଜେପି କର୍ମୀ ଙ୍କ ବିରୋଧ ଯୋଗୁଁ ଉଭୟ କର୍ମୀ ହାତାହାତୀ ସୂଚନା ମିଳିବା ସଂଗେ ସଂଗେ ,ଘଟଣା ସ୍ଥଳରେ ତାରାସିଙ୍ଗି ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଥିଲା ।ସେଥିମଧ୍ୟରେ ନୂତନ ଭୋଟର, ଦିବ୍ୟାଙ୍ଗ, ବୟସ୍କ ଓ ମହିଳା ଭୋଟରମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି।ଭୋଟର ମାନଙ୍କ ସୁବିଧା ଦୃଷ୍ଟିରୁ ସଖୀ ବୁଥ୍,ଆଦର୍ଶ ବୁଥ୍ ଓ ପରିବେଶ ସଚେତନତା ବୁଥ୍ ରେ ପାଣି, ଓ.ଆର.ଏସ ଏବଂ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ର ଦେଖାଦେଇଛି ।ସୁରକ୍ଷା ଦୃଷ୍ଟିରୁ ପୁଲିସ କର୍ମଚାରୀ ମାନେ ବିଭିନ୍ନ ବୁଥ୍ ରେ ମୃତୟନ ଥିବା ବେଳେ ମୋବାଇଲ ପାର୍ଟି ମଧ୍ୟ ସତର୍କ ରହିଥିଲେ । ୧୨୪ ନଂ ବୁଥ ବାଉଁଶଲୁଣ୍ଡି ରେ ଅସୁସ୍ଥ ପ୍ରିଜାଇଣ୍ଡିଗ୍ଂ ଅଫିସର ବିସ୍ମିତା ଲକ୍ଷ୍ମୀ ପାତ୍ର କୁ ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା । ପରେ ପଦ୍ମିନୀ ସେଠି ସେହି ଦାଇତ୍ଵ ତୁଲାଇ ଥିବା ସୁଚନା ମିଳିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post