ସାମ୍ବାଦିକ ସ୍ଵର୍ଗତଃ ରବୀନ୍ଦ୍ରନାଥ ମହୋନିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ପ୍ରେସ ୟୁନିୟନର ସାମ୍ବାଦିକ ସ୍ଵର୍ଗତଃ ରବୀନ୍ଦ୍ର ନାଥ ମହୋନିଙ୍କୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରିତୁ ମୋହିନୀ, ସ୍ୱର୍ଗତ ରବୀନ୍ଦ୍ରନାଥ ମୋହିନୀଙ୍କ ବ୍ୟାଙ୍କ ଅକାଉଣ୍ଟକୁ ସିଧାସଳଖ ଭାବେ ଚାରିଲକ୍ଷ ଟଙ୍କା ପ୍ରେରଣ କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ସୂଚନା ଦେଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ଖବର କାଗଜ ପ୍ରତିନିଧି ହୋଇ ସାମ୍ବାଦିକ ବିମାଭୁକ୍ତ ହୋଇ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଗତ ୨୦୨୩ ଅଗଷ୍ଟ ୬ ତାରିଖରେ ସାମ୍ବାଦିକ ସ୍ଵର୍ଗତଃ ରବିନ୍ଦ୍ର କୁମାର ମହୋନିଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାରଙ୍କ ମହୋନି ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ନିମନ୍ତେ ପ୍ରେସ ୟୁନିୟନର ସଭାପତି ତ୍ରିନାଥ ଖାଡ଼ଙ୍ଗା ,ସାଧାରଣ ସମ୍ପାଦକ ବ୍ରଜ ସୁନ୍ଦର ପାଢ଼ୀ ଏବଂ ଅନ୍ୟ କର୍ମକର୍ତ୍ତା ମାନେ କୃତଜ୍ଞତା ଜଣାଇଛନ୍ତି। ଉଲେଖଯୋଗ୍ୟ ଗୁଣପୁର ପ୍ରେସ ୟୁନିୟନର ଅନୁରୋଧକ୍ରମେ ଗାନ୍ଧୀ ପବ୍ଲିକ ସ୍କୁଲର ନିର୍ଦେଶକ ଡ଼ ଜଗଦୀଶ ପଣ୍ଡା ସ୍ଵର୍ଗତଃ ମହୋନିଙ୍କ ଝିଅକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ପ୍ରତିଶତ ଫି ଛାଡ଼ କରିଥିଲେ।

 

Leave A Reply

Your email address will not be published.