ମେଗାଜଳ ପ୍ରକଳ୍ପ ଅଫିସ ମୁଖ୍ୟ ଫାଟକ ପାଖରେ ଧାରଣା ଦେଲେତେନ୍ତୁଳିଖୁଣ୍ଟି ଗ୍ରାମର ଆବାଳବୃଦ୍ଧବନିତା

3

ତେନ୍ତୁଳିଖୁଣ୍ଟି , ୧୭।୫(ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ସଦର ମହକୁମା ଠାରେ ଥିବା ମେଗାଜଳ ପ୍ରକଳ୍ପ ଅଫିସ ଠାରେ ତେନ୍ତୁଳିଖୁଣ୍ଟି ଗ୍ରାମର ଆବାଳବୃଦ୍ଧବନିତା ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଥିଲେ ।ସୂଚନା ପ୍ରକାରେ ଗତ କିଛି ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପ୍ରକାର ପଦେକ୍ଷେପ ନେଇନଥିବା ବେଳେ ଆଜି ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ଏଭଳି ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଥିବା କହିଛନ୍ତି ।ପ୍ରକାଶ ଥାଉକି ଉକ୍ତ ଗ୍ରାମରେ ଚଳିତ ମାସ ରେ ଘୋର ଜଳ ସଙ୍କଟ ପରିସ୍ଥିତି ର ସାମ୍ନା କରୁଥିବା ବେଳେ ସମ୍ପୃକ୍ତ କମ୍ପାନୀ ର ଚରମ ଅବହେଳା କରୁଥିବା ପ୍ରକାଶ କରିଛନ୍ତି ଗ୍ରାମର ମହିଳା ।ଜଳ ଯୋଗାଣ କରି 5/6ମାସ ବିତି ଯାଇଥିଲେ ମଧ୍ୟ ପାନୀୟ ଜଳର ଅଭାବ ର ଶିକାର ହୋଇ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି ।ଆଜି ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରି ପଚାରି ବୁଝିବାରୁ ସେ ଖୁବଶୀଘ୍ର ତଦନ୍ତ କରି ତେନ୍ତୁଳିଖୁଣ୍ଟି ବାସୀଙ୍କ ପାନୀୟ ଜଳର ଅଭାବ ଦୂର କରାଯିବ ବୋଲି କହିଛନ୍ତି।କିନ୍ତୁ କମ୍ପାନୀ କର୍ମଚାରୀ ମାନେ କାର୍ଯ୍ୟ କରିବାକୁ ଗଲେ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ସହଯୋଗ କରିବାକୁ ବିଭାଗୀୟ ଅଧିକାରୀ କହିଛନ୍ତି। ଆଗାମୀ 7ଦିନ ମଧ୍ୟରେ ତେନ୍ତୁଳିଖୁଣ୍ଟି ଗ୍ରାମକୁ ପାନୀୟ ଜଳଯୋଗାଣ ନହେଲେ ଉତ୍ୟକ୍ତ ଗ୍ରାମବାସୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ ଫାଟକ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।ବ୍ଲକ ର ଅନ୍ୟ ଅଞ୍ଚଳ ଗୁଡିକ ରେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ତେନ୍ତୁଳିଖୁଣ୍ଟି ସଦର ମହକୁମା ରେ ପାନୀୟ ଜଳ ଯୋଗାଣ କାହିଁକି ହୋଇପାରୁନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.