ନିଜ ଘର ସମ୍ଭାଳି ନପାରି ବିଜେଡି ଉପରେ ଦୋଷ ଲଦୁଛିବିଜେପି: ବିଜେଡି

3
  •  ଟିକେଟ ବଣ୍ଟନ ରାଗରୁମୁହାଁମୁହିଁ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସ

  •  ବିଜେଡିଉପରେ ଦୋଷ ଲଦି ଲୋକହସା ହୋଇଛନ୍ତି ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର, ୧୪/୦୫/୨୦୨୪:ନିଜ ଘର ସମ୍ଭାଳିନପାରି ପର ଉପରେ ଦୋଷ ଲଦିବାଓଡିଶାବିଜେପିର ଏକ ଅଭ୍ୟାସରେ ପରିଣତହେଲାଣି ।ବ୍ରହ୍ମପୁରରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ ଏକଦା ବିଜେପିରେ ଥିଲେ । ନିଜ ନିର୍ବାଚନ ମଣ୍ଡଳୀର ଗରିବ ସାଧାରଣ ଯୁବକଙ୍କୁ ଚାକିରି ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଠକିଥିବା ତଥା ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାଯୋଗୁଁ ବିଜେଡିରୁ ତଡା ଖାଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଯେତେବେଳେ ଫୁଲମାଳ ପକାଇ ଓଡିଶା ବିଜେପି ସ୍ୱାଗତକଲା, ସେବେଠାରୁ ଉଭୟ ପ୍ରଦୀପ ପାଣିଗ୍ରାହୀ ଓ ପିଣ୍ଟୁ ଦାସଙ୍କ ମଧ୍ୟରେ ଛକାପଂଝା ଆରମ୍ଭ ହୋଇଥିଲା ।
ପ୍ରଦୀପ ପାଣିଗ୍ରାହୀ ନିଜରଜଣେ ଅନୁଗତଙ୍କୁ ବ୍ରହ୍ମପୁର ବିଧାନସଭା ଆସନରଟିକେଟ ଦେବା ପରେ, ଶିବଶଙ୍କର ଦାସବିଜେପିଛାଡିଲେ ଓ ବିଦ୍ରୋହୀ ପ୍ରାର୍ଥୀଭାବେଠିଆହେଲେ ।ସେହିସମୟରେସେ ପ୍ରଦୀପ ପାଣିଗ୍ରାହୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ।
ଓଡିଶା ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳର ପରିଣତି ସାରା ଓଡିଶା ଦେଖିଲା, ଯେତେବେଳେ ଟିକେଟ ବଣ୍ଟନର ରାଗ ନେଇ ଦୁଇନେତା ମୁହାଁମୁହିଁ ହୋଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା, ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏଥିରେ ବିଜେଡିକୁ ଟାଣିମନ୍ତବ୍ୟରଖିଛନ୍ତି ।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିଜ ଘର କଥା ସମ୍ଭାଳିନପାରି, ଏହା ପର ଉପରେ ଦୋଷ ଲଦିଲାଭଳି କଥା ।
ଅପରାଧୀଙ୍କୁ ଫୁଲମାଳ ପକାଇ ସ୍ୱାଗତ କଲେ ଓ ସେମାନଙ୍କୁ ମୁଣ୍ଡ ଉପରେ ବସାଇଲେ ଏଭଳି ସ୍ଥିତି ଦେଖିବାକୁ ମିଳେ । ପ୍ରଦୀପ ପାଣିଗ୍ରାହୀଏବେ ଓଡିଶା ବିଜେପି ପାଇଁ ତଣ୍ଟିରେ ଲାଗିଥିବା କଣ୍ଟା ଭଳି । ନା ସେମାନେ ଢୋକି ପାରୁଛନ୍ତି, ନା କାଢି ପାରୁଛନ୍ତି ।

Leave A Reply

Your email address will not be published.