ଓଡ଼ଗାଁ,୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ସୋମବାର ଅପରାହ୍ନରେ କେନ୍ଦ୍ରୀୟ ମାଧ୍ୟମିକ ବିଦ୍ୟାଳୟ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୈାମ୍ୟରଞ୍ଜନ ନାୟକ ମୋଟ ୫ଶହ ମାର୍କରୁ ୪୮୮ ଅର୍ଥାତ୍ ୯୭.୬ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ୧ମ ସ୍ଥାନ ଏବଂ ଶୁଚିସ୍ମୀତା ସେନାପତି ୪୮୫ ମାର୍କ ରଖି ୨ୟ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲା ସହିତ ଓଡ଼ଗାଁ ଅଞ୍ଚଳ ପାଇଁ ଗୈାରବ ଆଣିଦେଇଛନ୍ତି। ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆଖୁପଦରରୁ ୭୯ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶମ ପରୀକ୍ଷା ଦେଇଥିଲେ ।
ଏବଂ ସେଥିମଧ୍ୟରୁ ୭୧ ଜଣ ପାସ ହେଇଥିବା ବେଳେ ମୋଟ ପାସହାର ୯୦ ପ୍ରତିଶତ ସହିତ ୬୦ଜଣ ଛାତ୍ରଛାତ୍ରୀ ୧ମ ଶ୍ରେଣୀରେ ସଫଳତା ପାଇଛନ୍ତି । ସେହିପରି ସଂଘମିତ୍ରା ସେନାପତି ୪୭୭ ମାର୍କ ରଖି ସ୍କୁଲ ସ୍ତରରେ ୩ୟ ସ୍ଥାନ ଅଧିକାର କରିଛନ୍ତି ।
ସୂଚନା ଥାଉକି ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରୁ ମୋଟ ତିନୋଟି ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଉଚ୍ଚ ସଫଳତା ନେଇ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନଙ୍କ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.