ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୧୭ ଜଣ ଲୋକସଭା ଓ ବିଧାନସଭା ପ୍ରାର୍ଥୀ

3

ଜଗତସିଂହପୁର, ତା 14.05.24 ରିଖ:ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନରେ 16 ଜଗତସିଂହପୁର ଲୋକସଭା (ସଂ) ଆସନ ନିମନ୍ତେ ସମୃଦ୍ଧ ଓଡ଼ିଶା ର ପ୍ରାର୍ଥୀ ସିଲି ମଲ୍ଲିକ, ସ୍ଵାଧୀନ ପ୍ରାର୍ଥୀ ଅର୍ଜୁନ ଚରଣ ବେହେରା, ଭାରତୀୟ ଜନତା ପାର୍ଟିର ବିଭୁ ପ୍ରସାଦ ତରାଇ ,ସ୍ଵାଧୀନ ପ୍ରାର୍ଥୀ ଶଙ୍କର ଦାସ, ଜିଲ୍ଲାପାଳ ତଥା ରିଟର୍ଣ୍ଣଂ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି 104 ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନିକଟରେ ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟି ର ପ୍ରାର୍ଥୀ ପ୍ରଣବ କୁମାର ରାୟ,ନବ ଭାରତ ନିର୍ମାଣ ସେବା ପାର୍ଟି ର ପ୍ରାର୍ଥୀ ଗୀତାଞ୍ଜଳି ବାରିକ୍, ସ୍ଵାଧୀନ ପ୍ରାର୍ଥୀ ନାରାୟଣ ପ୍ରସାଦ ନନ୍ଦ ଓ ପ୍ରତିମା ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି 101 ପାରାଦ୍ଵୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଶ୍ରୀ କୃପାସିନ୍ଧୁ ଦାସ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଲଲିତ ମୋହନ ବେହେରା ଙ୍କ ନିକଟରେ , 103 ବାଲିକୁଦା -ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ସୁବାଷ୍ ଚନ୍ଦ୍ର ପରିଡା, ବିଜୁ ଜନତାଦଳ ର ସାରଦା ପ୍ରସନ୍ନ ଜେନା, ଭାରତୀୟ ଜାତୀୟ କଂଗ୍ରେସ ର ନଳିନୀ କୁମାର ସ୍ବାଇଁ,ବହୁଜନ ସମାଜ ପାର୍ଟି ର ଅମ୍ବିକା ପ୍ରସାଦ ଭୋଇ, ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟି ର ଦିଲ୍ଲୀପ କୁମାର ତ୍ରିପାଠୀ, ସ୍ଵାଧୀନ ପ୍ରାର୍ଥୀ ହେମନ୍ତ କୁମାର ସାହୁ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସମ୍ବିତ୍ ରାଉତ ଙ୍କ ନିକଟରେ ଓ 102 ତିର୍ତ୍ତୋଲ ବିଧାନସଭା(ସଂ) ନିର୍ବାଚନମଣ୍ଡଳୀ ନିମନ୍ତେ ଓଡ଼ିଶା ଜନତା ପାର୍ଟି ର ପ୍ରାର୍ଥୀ ଏସ ଗିରିଜା ପ୍ରସାଦ, ସ୍ଵାଧୀନ ପ୍ରାର୍ଥୀ ଗଗନ ବେହେରା ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.