ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ୪ ର୍ଥ ପର୍ଜାୟ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହୋଇଛି। କଂଗ୍ରେସ , ବିଜେଡି ଓ ବିଜେପି ପ୍ରାର୍ଥୀ ଙ୍କ ଭାଗ୍ୟ ଇଭିଏମ ମେସିନ ରେ ସିଲ ହୋଇଛି। ଡାବୁଗାଁ ବ୍ଲକ ରେ ୮୫.୪୦ ପ୍ରତିଶତ ମତଦାନ ହୋଇଛି। ତେବେ ପୁରୁଷ ଙ୍କ ତୁଳନାରେ ମହିଳା ଭୋଟର ଅଧିକ ମତଦାନ କରିଛନ୍ତି ।ଚଳିତ ସାଧାରଣ ନିର୍ବାଚନରେ ଡାବୁଗାଁ ବ୍ଲକ ର ୫୫ ଟି ବୁଥ ରେ ୪୬ ହଜାର ୩୪୪ ଭୋଟର ମଧ୍ୟରୁ ୩୯ ହଜାର ୫୭୭ ଭୋଟର ଭାଗ ନେଇ ସେମାନଙ୍କ ବହୁମୂଲ୍ୟ ଭୋଟ ଦେଇଛନ୍ତି। ଏଥିରେ ପୁରୁଷ ଭୋଟର ୧୯ ହଜାର ୫୪୭ ଥିବାବେଳେ ମହିଳା ଭୋଟର ୨୦ ହଜାର ୩୦ ଜଣ ଭୋଟ ଦେଇଛନ୍ତି। ବୋରିଗାଁ ଗ୍ରାମ ପଞ୍ଚାୟତ ର ପାରିଆବେଡା ର୨୦ ନମ୍ବର ବୁଥ ରେ ସର୍ବାଧିକ ୧୧୫୯ ଭୋଟର ଭୋଟ ଦେଇଥିବା ବେଳେ ସଦର ଡଙ୍ଗରିଗୁଡ଼ା ପଞ୍ଚାୟତ ର ଜୟନ୍ତିନଗର ବୁଥ ନ ୯୨ ରେ ସର୍ବନିମ୍ନ ୬୩୨ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ୍ୟ କରିଛନ୍ତି। ତେବେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଡାବୁଗାଁ ବ୍ଲକ ରେ ୫୪ ବୁଥ ଥିବା ବେଳେ ଚଳିତ ନିର୍ବାଚନରେ ବୋରିଗାଁ ବୁଥ କୁ ଦୁଇ ଭାଗ କରାଯାଇ ଡଙ୍ଗରିଗୁଡ଼ା କୁ ନୂତନ ବୁଥ ସଂଜୋଗିକରଣ କରାଯାଇଛି। ଡାବୁଗାଁ ବ୍ଲକ ର ଘୋଡାଖୁନ୍ଟା ଓ ନନ୍ଦପୁରା ପଞ୍ଚାୟତ ର ୪ ଟି ବୁଥ ଓ ବୋରିଗାଁ ପଞ୍ଚାୟତ ର ଗୋଟିଏ ବୁଥ ରେ ରାତ୍ର ୧୦ ଘଣ୍ଟ ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.