ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବଙ୍କ ସିଏସଆଇଆର୍ – ଆଇଏମ୍ଏମଟି, ଭୁବନେଶ୍ୱର ପରିଦର୍ଶନ

3

ଭୁବନେଶ୍ଵର:- ସିଏସଆଇଆର୍ – ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ସିଏସଆଇଆର୍ – ଆଇଏମ୍ଏମଟି) “ଡାଇମଣ୍ଡ ଜୁବିଲୀ ଫାଉଣ୍ଡେସନ ଡେ ଲେକ୍ଚର୍ ଅଫ୍ ଏମିନେନ୍ସ”, ଶୀର୍ଷକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡ଼. ଏମ.ରବିଚନ୍ଦ୍ରନ ଯୋଗ ଦେଇଥିଲେ । ଏହି ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)ର ନିର୍ଦ୍ଦେଶକ ଡ଼. ଦେବାଶିଷ ଦାଶ ଏବଂ ସିଏସଆର-ଆଇଏମଏମଟି ଭୁବନେଶ୍ୱର, ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମେତ ଅଧ୍ୟାପିକା ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ସିଏସଆଇଆର୍ – ଆଇଏମ୍ଏମଟି ଭୁବନେଶ୍ୱରର ନିର୍ଦ୍ଦେଶକ ଡ଼ ରାମାନୁଜ ନାରାୟଣ, ଏହି କାର୍ଯ୍ୟକ୍ରମରେ ଡକ୍ଟର ଏମ.ରବିଚନ୍ଦ୍ରନଙ୍କ ଉପସ୍ଥିତି ଏବଂ ଆଇଏମଏମଟି ପାଇଁ ତାଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାଇବା ସହ ଉପସ୍ଥିତ ଥିବା ଅଧ୍ୟାପିକା ଅଧ୍ୟାପକମାନଙ୍କୁ ତଥା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟ ବୈଜ୍ଞାନିକ ତଥା ପ୍ରକଳ୍ପ ମୁଖ୍ୟ ଡ଼.କାଳୀ ସଞ୍ଜୟ ପଲିମେଟାଲିକ୍ ନୋଡୁଲ୍ସ କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I
ଆଇଏମଡିର ନିର୍ଦ୍ଦେଶିକା ମନୋରମା ମହାନ୍ତି ନିଜର ଅଭିଭାଷଣରେ ତଥ୍ୟ ଭିତ୍ତିକ ଆଲୋଚନା କରିବା ସହ ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।
ଏହି ଗସ୍ତ ସମୟରେ ଡ଼. ଏମ.ରବିଚନ୍ଦ୍ରନ ସିଏସଆଇଆର୍ – ଆଇଏମ୍ଏମଟିର ବିଭିନ୍ନ ବିଭାଗ ଯଥା ହାଇଡ୍ରୋ ଆଣ୍ଡ ଇଲେକ୍ଟ୍ରୋମେଟାଲର୍ଜୀ ବିଭାଗ, ମିନେରାଲ ପ୍ରୋସେସିଂ ଡିପାର୍ଟମେଣ୍ଟ ପାଇଲଟ ପ୍ଲାଣ୍ଟ, ସେଣ୍ଟ୍ରାଲ କ୍ୟାରାକ୍ଟାରାଇଯେସନ ଡିପାର୍ଟମେଣ୍ଟ ଇତ୍ୟାଦି ପରିଦର୍ଶନ କରିବା ସହିତ ବୈଜ୍ଞାନିକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ଅନୁଷ୍ଠାନର ପାରଦର୍ଶୀତା ପ୍ରଦର୍ଶନ କରିବାକୁ ଏକ ସୁଯୋଗ ପ୍ରଦାନ କରିଥିଲା, ବିଶେଷତଃ ସି ପଲିମେଟାଲିକ୍ ନୋଡୁଲ୍ସରୁ ସିୟୁ, ଏନ୍ଆଇ, ସିଓ , ଏବଂ ଏମ୍ଏନର ଧାତବ ନିର୍ବାହରେ ଏହାର ମିନେରାଲ୍ ପ୍ରକ୍ରିୟାକରଣ ତଥା କ୍ୟାରାକ୍ଟାରାଇଯେସନ ସୁବିଧା ସମ୍ବନ୍ଧରେ ପାରଦର୍ଶିତା ପ୍ରଦର୍ଶନ କରିଥିଲା | ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ହେଲା ‘ଆଡଭାନ୍ସଡ ଏକ୍ସଟ୍ରାକ୍ଟିଭ୍ ମେଟାଲୁରଜି ପାଇଲଟ୍ ପ୍ଲାଣ୍ଟ ବିଲ୍ଡିଂ’ର ଉଦ୍ଘାଟନ ଯାହା ସିଏସଆଇଆର୍ – ଆଇଏମ୍ଏମଟିର ଗବେଷଣା ଏବଂ ନବସୃଜନ ପାଇଁ ଉତ୍ସର୍ଗୀକୃତ୍ତାକୁ ଦର୍ଶାଉଛି |
ଆଇଏଲ୍ଏସ ଏବଂ ସିଏସଆଇଆର୍ – ଆଇଏମ୍ଏମଟିର ନିର୍ଦ୍ଦେଶକମାନଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ସିଏସଆଇଆର୍ – ଆଇଏମ୍ଏମଟିର ଗବେଷଣା ଉତ୍କର୍ଷତା ଏବଂ ବୈଜ୍ଞାନିକ ସମ୍ପ୍ରଦାୟ ପାଇଁ ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ଦର୍ଶାଇବା ସହ ଅନୁଷ୍ଠାନର ହୀରକ ଜୟନ୍ତୀ ଉତ୍ସବରେ ଏକ ସ୍ମରଣୀୟ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଥିଲା |

Leave A Reply

Your email address will not be published.