ଗୋତରା ବିଜେଡି ପକ୍ଷରୁ କର୍ମୀ ସମାବେଶ : ଏକଜୁଟ ହୋଇ ବିଜେଡିକୁ ଜିତାଇବାକୁ ଶପଥ l

5

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ସୂର୍ଯ୍ୟକାନ୍ତ ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ର ବିଜେଡି ବିଧାୟକ ପ୍ରାର୍ଥୀ ଯୁବ ମାନସର ପ୍ରତୀକ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶମୂଳକ ଯୋଜନା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଛି ହେଲେ ଆଗାମୀ ଦିନରେ ସେହି ବିକାଶମୂଳକ କାର୍ଯ୍ୟକୁ ଅଧିକରୁ ଅଧିକ କରିବା ପାଇଁ ଏବଂ ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଡବଲ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ l  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗୋତରା ପଞ୍ଚାୟତ ସମିତିସଭ୍ୟ ପ୍ରଦୀପ୍ତ ବିଶ୍ୱାଳ, ପ୍ରାକ୍ତନ ସରପଞ୍ଚ କମଳାକାନ୍ତ ପ୍ରଧାନ,  ସାମ୍ବାଦିକ ଶଶୀଭୁଷଣ ଷଡ଼ଙ୍ଗୀ, ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ, ବିଜେଡି ନେତା ପ୍ରହଲ୍ଲାଦ ପ୍ରଧାନ, ପର୍ଯ୍ୟବେକ୍ଷକ କମଳାକାନ୍ତ ଦାସ ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ଗୋତରା ପଞ୍ଚାୟତର ଶତାଧିକ ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

Leave A Reply

Your email address will not be published.