ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ 5 ଜଣ ଲୋକସଭା ଓ ବିଧାନସଭା ପ୍ରାର୍ଥୀ

4

ଜଗତସିଂହପୁର,ତା-୦୯.୦୫.୨୦୨୪/ସୁମନ୍ତ କୁମାର ଦାସ: ନାମାଙ୍କନ ପତ୍ର ଦାଖଲ ର ତୃତୀୟ ଦିନରେ 16 ଜଗତସିଂହପୁର ଲୋକସଭା (ସଂ) ଆସନ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି 104 ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଅମରେନ୍ଦ୍ର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି 101 ପାରାଦ୍ଵୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବହୁଜନ ସମାଜ ପାର୍ଟି ର ପ୍ରାର୍ଥୀ ସୁଜାତା ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଲଲିତ ମୋହନ ବେହେରା ଙ୍କ ନିକଟରେ , 103 ବାଲିକୁଦା -ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଶେଷଦେବ ନନ୍ଦ, ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସମ୍ବିତ୍ ରାଉତ ଙ୍କ ନିକଟରେ ଓ 102 ତିର୍ତ୍ତୋଲ ବିଧାନସଭା(ସଂ) ନିର୍ବାଚନମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.