ମା’ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

4

ଜଗତସଂହପୁର ତା -୦୯/୦୫/୨୦୨୪ ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରାଞ୍ଚଳ ଦେଭୋଗ ଗ୍ରାମର ଅଧୂଷ୍ଠାତ୍ରୀ ଦେବୀ ମା’ ଉଗ୍ରତାରାଙ୍କ ନବ ନିର୍ମିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ୫୭ ତମ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବୁଧବାର ଦିନ ଶୁଭାଧୂବାସ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଶତାଧୂକ ମହିଳାମାନେ ଏକ ପ୍ରକାର ରଙ୍ଗର ଶାଢ଼ୀ ପିନ୍ଧି ଘଣ୍ଡ ବାଜାର ତାଳେ ତାଳେ ମା’ଙ୍କ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ରସଲପୁର ସ୍ଥିତ ଅଳକା ନଦୀରୁ ପୁର୍ଣ୍ନ କଳସ ଜଳ ଭାର ନେଇ ମା’ଙ୍କ ପିଠର ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ । ସେହିପରି ଶୁକ୍ରବାର ଘଟସ୍ଥାପନ, ଅଗ୍ନି ସ୍ଥାପନ, ଆଧ୍ୟାତ୍ମିକ ପ୍ରବଚନ । ଶନିବାର ଶୋଡ଼ଶ ଉପଚାର ପୂଜା ସପ୍ତସତୀ, ଚଣ୍ଡି ଆହୁତି, ରବିବାର ପୂର୍ଣ୍ଣାହୁତି ପ୍ରସାଦ ସେବନ ଏବଂ ଭଜନ ସଂଧ୍ୟା ଅନୁଷ୍ଠିତ ହେବ । ଏହି ଉତ୍ସବ ଦେଭୋଗ ତଥା ଆଖପାଖର ଗ୍ରାମବାସୀଙ୍କ ପୂର୍ଣ ସହୋଯୋଗରେ ଉକ୍ତ ଉତ୍ସବ ଅନୁଷ୍ଠିତ ହେଉଛି ବୋଲି ମାନଙ୍କ କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.