ଜଗତସିଂହପୁର ଜିଲ୍ଲାରେ ଖର୍ଚ୍ଚ -ପର୍ଯ୍ୟବେକ୍ଷକଙ୍କ ଯୋଗଦାନ ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

4

ଜଗତସିଂହପୁର, ତା-୦୮.୦୫.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ନିମନ୍ତେ ତିନି ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଯୋଗଦେଇଛନ୍ତି। 16-ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ନେତ୍ରପାଲ୍ ଏମ୍ ଏସ (ଭା.ରା.ସେ)ଫୋନ ନମ୍ବର-9556449418,101-ପାରାଦ୍ଵୀପ ବିଧାନସଭା ନିର୍ବାଚନମଣ୍ଡଳୀ, 103- ବାଲିକୁଦା -ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ 104- ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଶିଷ ଚନ୍ଦ୍ରା(ଭା.ରା.ସେ)ଫୋନ ନମ୍ବର-9556450819 ଓ 102 ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଶ୍ରୀ ସରୋଜ କୁମାର(ଆଇ.ଆର ଏ. ଏସ ),ଫୋନ ନମ୍ବର-9556381564 ଯୋଗଦେଇଛନ୍ତି। ଆଜି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା (ଭା.ପ୍ର.ସେ.) ଙ୍କ ଅଧ୍ୟକ୍ଷତାରେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ (ଭା ପୋ ସେ), ଙ୍କ ଉପସ୍ଥିତିରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଜଗତସିଂହପୁର, ବାଲିକୁଦା -ଏରସମା ଓ ପାରାଦ୍ଵୀପ ବିଧାନସଭା ମଣ୍ଡଳୀ ର ଦୁଇ ପର୍ଯ୍ୟବେକ୍ଷକ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ସମୀକ୍ଷା କରିଥିଲେ। ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଙ୍କ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅନିୟମିତତା ନଜର କୁ ଆସିଲେ ଜନସାଧାରଣ ବା ପ୍ରାର୍ଥୀ ସିଧାସଳଖ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କ ନିକଟରେ ଅଭିଯୋଗ କରିପାରିବେ।ଏହି ସମୀକ୍ଷା ବୈଠକରେ ପ୍ରଥମେ ଜିଲ୍ଲାପାଳ ଶ୍ରୀ ସାହା ଜିଲ୍ଲା ର ନିର୍ବାଚନ ପ୍ରସ୍ତୁତି ଓ ପଦକ୍ଷେପ ବିଷୟରେ ପର୍ଯ୍ୟବେକ୍ଷକ ମାନଙ୍କୁ ଅବଗତ କରାଇଥିଲେ। ପରେ ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ତଥା ନୋଡାଲ ଅଧିକାରୀ ଏମ. ସି ସି ଶ୍ରୀ ରବିନାରାୟଣ ଜେଠୀ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।ନିର୍ବାଚନ କମିଶନ ଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ନିର୍ବାଚନ ଖର୍ଚ୍ଚର ସୁପରିଚାଳନା ସମ୍ବନ୍ଧରେ ଜିଲ୍ଲlରେ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପ ଉପରେ ବିଶଦ ଭାବେ ଉପସ୍ଥାପନ କରିଥିଲେ।ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ,ନିର୍ବାଚନ ଖର୍ଚ୍ଚ ପରିଚାଳନା,ସି ଭିଜିଲ ରିପୋର୍ଟ, ଏମ ସି ଏମ ସି ରିପୋର୍ଟ,, ଆବଶ୍ୟକ ପୋଲିସ ଫୋର୍ସ,ଫ୍ଲାଇଙ୍ଗ ସ୍କ୍ୱାଡ଼, ଏସ ଏସ ଟି, ଜି ଏସ. ଟି ବିଭାଗ ,ଆୟକର ବିଭାଗ, ବ୍ୟାଙ୍କ କତୃପକ୍ଷ,ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ବାରା କି କି ପଦକ୍ଷେପ ନିଆଯାଉଛି ସେ ବିଷୟରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପଚାରି ବୁଝିଥିଲେ । ବିଭାଗୀୟ ସମନ୍ୱୟ ଓ ମିଳିତ ଉଦ୍ୟମ ରେ ହିଁ ନିର୍ବାଚନ କାର୍ଯ୍ୟ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିବା ସହ ସମ୍ପୃକ୍ତ ଅଧିକାରୀ ଓ ଟିମ କୁ ତତ୍ପର ରହିବା ପାଇଁ ପରାମର୍ଶ ଦେଇଥିଲେ ।ଜିଲ୍ଲା ରେ କାର୍ଯ୍ୟ ରତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର ୧୯୫୦ ରେ ଜନସାଧାରଣ ଖର୍ଚ୍ଚ ଅନିୟମିତତା ଅଭିଯୋଗ ଆଣିପାରିବେ ବୋଲି ସେ କହିଥିଲେ।ସମସ୍ତ ବିଭାଗ ର ନୋଡାଲ ଅଫିସର ମାନେ ପ୍ରତ୍ୟେକ ଦିନ ର ରିପୋର୍ଟ ପ୍ରଦାନ ପୂର୍ବରୁ ଭଲଭାବେ ତନଖି କରିବା, ଦୈନିକ କାର୍ଯ୍ୟକ୍ରମ ର ଲଗ ବୁକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ ।ଜିଲ୍ଲା ର ନିର୍ବାଚନ ପରିଚାଳନା ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଜୁନ ୧ ତାରିଖ ରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନେ ସମସ୍ତ ଏଫ୍ ଏସ୍ ଟି, ଏସ୍ ଏସ୍ ଟି, ଭିଡ଼ିଓ ଭ୍ୟୁଇଙ୍ଗ ଟିମ୍ ର ସଦସ୍ୟ ମାନଙ୍କ ସହ ସମନ୍ୱୟ ରଖି ପ୍ରତ୍ୟକ ଦିନର କାର୍ଯ୍ୟ କୁ ରିପୋର୍ଟ କରିବାକୁ କହିଥିଲେ।କାର୍ଯ୍ୟ ନ୍ୟସ୍ତ ସମୟରେ ସମସ୍ତ ଅଧିକାରୀ ମାନଙ୍କୁ ସିଫ୍ଟ ଅନୁସାରେ କାମ କରିବା କୁ ପରାମର୍ଶ ଦେଇଥିଲେ। ନିର୍ବାଚନ ରେ ନିୟୋଜିତ ହୋଇଥିବା ଅଧିକାରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟାଳୟ ର ଦୈନନ୍ଦିନ କାର୍ଯ୍ୟ ରୁ ରିଲିଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଅବକାରୀ ଅଧିକ୍ଷକ, ଏଲ. ଡି. ଏମ., ଡେପୁଟି କଲେକ୍ଟର ନିର୍ବାଚନ, ଅନ୍ୟ ଡେପୁଟି କଲେକ୍ଟର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ସମସ୍ତ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ମାଇକ୍ରୋ ଅବଜରବର ଓ ବିଭିନ୍ନ ଟିମ୍ ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.