ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୧୮ ଉଦ୍‍ଯାପିତ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କ୍ରୀଡା ଓ ଯୁବ ସେବା, ଓଡିଶା, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ୨୦୧୮ ରବିବାର ଦିନ ସନ୍ଧ୍ୟାରେ ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ସନ୍ଧ୍ୟାରେ ପାରଳା ବିଧାୟକ କେ.ସୁରିଆ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାରଳା ପୌରପରିଷଦର ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଗୁରୁ ରଘୁନାଥ ପାତ୍ର ଅତିଥି ରୁପେ ଯୋଗ ଦେଇ ଗ୍ରାମାଞ୍ଚଳରେ କଳା ସଂସ୍କୃତି ଯୁବପିଢୀଙ୍କ ପାଖରେ  ଥିବା ଲୁକାୟିତ ପ୍ରତିଭାକୁ ଲୋକଲଚନକୁ ଆଣିବା ହେଉଛି ଏହି ଉତ୍ସବର ମୂଳଲକ୍ଷ । ଏପରି ଯୁବ ଉତ୍ସବ ମାଧ୍ୟମରେ ତାଙ୍କ ଭିତରେ ଥିବା ପ୍ରତିଭା ପ୍ରଦର୍ଶନ ସୁଯୋଗ ଦେଇଥାଏ ଏହି ମଞ୍ଚ ।  ପୂର୍ବରୁ ଦୁଇଦିନ ଧରି ଚାଲୁଥିବା ଯୁବ ମହୋତ୍ସବ ପ୍ରତିଯୋଗିତାର କୃତୀ ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି | ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍‍ ଆର୍ଟସର ନାଟକ ‘ତିତଲି’ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବକୃତାରେ କବିତା ମହାପାତ୍ର ପ୍ରଥମ , ଓଡ଼ିଶୀ ନୃତ୍ୟରେ ଡି.ପ୍ରିୟଙ୍କା, ତବଲାରେ ନୃସିଂହ ପ୍ରସାଦ ଚରତି, ଶାସ୍ତ୍ରୀୟ ସଙ୍ଗୀତରେ ଏଲୋନ୍‍ ପ୍ରଧାନ, ଭାରତନାଟ୍ୟମ, କୁଚୁପୁଡିରେ ଉର୍ମିଳା ପଟ୍ଟନାୟକ, ଲୋକନୃତ୍ୟ , ଲୋକସଙ୍ଗୀତ ବନ୍ଦେମାତାରଂ ଡେନ୍‍ସଗ୍ରୁପରେ ପ୍ରଥମ ଏମାନେ ସମସ୍ତେ ୧୫.୧୧.୨୦୧୮ ଠାରୁ ୧୮.୧୧.୨୦୧୮ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ଠାରେ ହେବାକୁ ଥିବା ୨୪ତମ ରାଜ୍ୟସ୍ତରୀୟ  ଯୁବମହୋତ୍ସବରେ ଗଜପତି ଜିଲ୍ଲା ପକ୍ଷରୁ ୫୦ଜଣ ପ୍ରତିଯୋଗା ଅଂଶ ଗ୍ରହଣ କରିବେ । ଅମୂଲ୍ୟ କୁମାର ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସଂଯୁକ୍ତ ପାତ୍ର, ଆଇ.ମନ୍ମଥ ରାଓ, ରଘୁନାଥ ପାତ୍ର,ନୃସିଂହ ଚରଣ ପଟ୍ଟନାୟକ,ବିନାୟକ ପ୍ରଧାନ,ଡି.କୁରୁମନାଥମ ବିଚାରକ ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ପଣ୍ଡା, ପ୍ରିୟବ୍ରତ ମିଶ୍ର, କ୍ରୀଡା ଶିକ୍ଷକ ବିରେନ୍ଦ୍ର ସାମଲ, କ୍ରୀଡା ଶିକ୍ଷୟିତ୍ରୀ ରେଖାରାଣୀ ଦେଓ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.