ଭୋଟର ଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ବିଧାୟିକା ବର୍ଷା ସିଂ ବରିହା : ଅଂଶୁଘାତ ପ୍ରତି ବିପଦ ରହିଥିବା ରୁ ସନ୍ଧ୍ୟା ରେ କରୁଛନ୍ତି ପ୍ରଚାର l

4

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଏବେ ପଦ୍ମପୁର ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଛି ।ଏଭଲି ପ୍ରତିକୂଳ ଅବସ୍ଥାରେ ନିର୍ବାଚନ ପ୍ରଚାର କରିବା ସମ୍ଭବ ହେଉନାହିଁ ।ଫଳରେ ସଂନ୍ଧ୍ୟା ସମୟରେ ହିଁ ବିଭିନ୍ନ ରାଜନୈତିକ ଦଳ ନେତା ପ୍ରଚାର ରେ ବାହାରୁଛନ୍ତି ।ଆଭ୍ୟନ୍ତରୀଣ ଅଞ୍ଚଳ ର ବିଭିନ୍ନ ଗାଁ ମାନଙ୍କ ରେ ନାମଯଜ୍ଞ, ସଭାସମିତି ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଉଛନ୍ତି ନେତା । ସେମାନେ ଲୋକଙ୍କ ଠାରୁ ଆଶୀର୍ବାଦ ନେବା ସହିତ ଲୋକ ଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରୁଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଖାସ କରି ବିଜେଡି, ଭାଜପା, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଏଭଲି ପ୍ରତିଦ୍ଵନ୍ଦୀମୂଳକ ପରିସ୍ଥିତି ଅଧିକ ଦେଖିବାକୁ ମିଲୁଛି। ବର୍ତ୍ତମାନ ଏବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ବେଳେ ସମସ୍ତ ଦଳ ଠାରୁ ପ୍ରଚାର ରେ ମଧ୍ୟ ଆଗୁଆ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।ଏହାରି ସୁଯୋଗ ଭୋଟର ମଧ୍ୟ ହାତଛଡା କରୁନାହାନ୍ତି ।

Leave A Reply

Your email address will not be published.