ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନକୁ ଚାଷୀଙ୍କ ବିରୋଧ

4

ପାରାଦ୍ଵୀପ- ଜେଏସଡବ୍ଲୁ କମ୍ପାନୀ ର ସ୍ଲରୀ ପାଇପଲାଇନ୍ କୁ ଚାଷୀ ଙ୍କ ବିରୋଧ | କ୍ଷତିପୂରଣ ନଦେଇ ଜୋର ଜବରଦସ୍ତ ଚାଷୀଙ୍କ ଜମିରେ ବିଛା ଯାଉଛି ଏହି ସ୍ଲରୀ ପାଇପଲାଇନ୍। ଜମି ମାଲିକ ମାନେ ଏହାକୁ ବିରୋଧ କଲେ ହାତାହାତି ହେବାକୁ ପଛାଉ ନାହାଁନ୍ତି ଠିକାଦାର।ଏପରିକି ଚାଷୀଙ୍କ ନାମରେ ନାମରେ ମିଥ୍ୟା ଏତଲା ଦିଆଯାଇ ଜେଲ ପଠାଇ ଦିଆଯାଉଛି ବୋଲି ଅଭିଯୋଗ ଆଣିଛନ୍ତି କୁଜଙ୍ଗ ବ୍ଲକ ର କୋଠୀ ପଞ୍ଚାୟତବାସୀ, ଜେଏସଡବ୍ଲ୍ୟୁ କମ୍ପାନୀର ପାରାଦ୍ଵୀପ ରୁ ଯୋଡା ଯାଉଥିବା ସ୍ଲରୀ ପାଇପ ଲାଇନ ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି କୃଷକ। ଜେଏସଡବ୍ଲୁ କମ୍ପାନୀ ଏହି ସ୍ଲରୀ ପାଇପ ଲାଇନ ରେ ଆଇରନ ଆଣି ଏହାକୁ ପ୍ରୋସେସିଂ କରିବ। ଏହି ପାଇପଲାଇନ୍ କାର୍ଯ୍ୟ କୁ  ପଞ୍ଚାୟତ ବାସୀ ସ୍ବାଗତ କରୁଥିବା ବେଳେ ସରକାରଙ୍କ ନିୟମାନୁଯାୟୀ ଜମିର ଉପଯୁକ୍ତ କ୍ଷତିପୂରଣ ନଦେଇ ଚାଷୀମାନଙ୍କ ଜମିକୁ ଯୋର ଜବରଦସ୍ତ ଖୋଳି ପାଇପ ଲାଇନ ବିଛା ଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି। କୋଠୀ ପଞ୍ଚାୟତ ବାସୀ କମ୍ପାନୀର କାର୍ଯ୍ୟକୁ ବିରୋଧ କରୁନାହାନ୍ତି କିନ୍ତୁ କମ୍ପାନୀ ଚାଷୀ ମାନଙ୍କ ସହିତ କଥା ନହୋଇ ଯୋର ଜବରଦସ୍ତି ଜମିରେ ପାଇପ ପକାଇବା ଆରମ୍ଭ କରିଛନ୍ତି। ପଚାରିଲେ ବାହାରୁ ଅସାମାଜିକ ଯୁବକ ମାନଙ୍କ ଦ୍ବାରା ଧମକାଇବା ସହିତ ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କେଶ୍ କରାଯାଉଛି। ତେବେ କମ୍ପାନୀ ଠିକାଦାର ଚାଷୀ ମାନଙ୍କ ସହ ପ୍ରଥମେ ଆଲୋଚନା ନକରି ଯୋର ଯବରଦସ୍ତ ପାଇପଲାଇନ୍ ବିଛାଇବାକୁ ବିରୋଧ କରିଛନ୍ତି ପଞ୍ଚାୟତ ବାସୀ। ତେଣୁ ଏନେଇ ପ୍ରଥମେ ଚାଷୀ ମାନଙ୍କ ସହ ଆଲୋଚନା କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ପଞ୍ଚାୟତ ବାସୀ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ଓ କମ୍ପାନୀ ଙ୍କୁ ଅନୁରୋଧ କରିଥିବା ବେଳେ ଯଦିଓ ଚାଷୀମାନଙ୍କ କ୍ଷତିପୁରଣ ପ୍ରଦାନ ନକରି କମ୍ପାନୀ କାର୍ଯ୍ୟ କରେ ତେବେ ଏହାକୁ ଦୃଢ ବିରୋଧ କରାଯିବା ସହିତ ପାଇପଲାଇନ୍ କାର୍ଯ୍ୟକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆ ଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଚାଷଜମିରେ ଏହି ପାଇପଲାଇନ୍ କୁ ବିଛା ଯାଉନାହିଁ ବୋଲି   କମ୍ପାନୀ ଠିକାଦାର ଏହାକୁ ଖଣ୍ଡନ କରିଥିବା ବେଳେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ୪ନଂ ଜୋନ୍ ଜିଲ୍ଲା ପରିଷଦ କନକପ୍ରଭା ବେହେରା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.