ଭୁବନେଶ୍ୱର, ମଇ ୬: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍ଆର) ଏବଂ ଇଣ୍ଡିଆନ୍ ଫର୍ଟିଲିଟି ସୋସାଇଟିର ମିଳିତ ସହଯୋଗରେ ଗତ ଶନିବାର ‘ସିମେନ୍ ଆନାଲିସିସ୍ ମେଡ୍ ଇଜି: ମାନୁଆଲ୍ ଆଣ୍ଡ ଅଟୋମେଟିକ୍’ ଶୀର୍ଷକ ଏକ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ତଥା କର୍ମଶାଳା ଆୟୋଜିତ ହୋଇଯାଇଛି । ହସ୍ପିଟାଲ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସିଏଚ୍ଆର୍ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ବକ୍ତବ୍ୟ ରଖିଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ଆଇଏଫ୍ଏସ୍ ଓଡ଼ିଶା ଶାଖାର ସଂପାଦକ ଡାକ୍ତର ଅକ୍ଷୟ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ଏହାର ପରବର୍ତୀ ଅଧିବେଶନରେ ସିଏଚ୍ଆର୍ର ସିନିୟର ଏମ୍ବ୍ରିଓଲୋଜିଷ୍ଟ ଡାକ୍ତର ଚିଦାନନ୍ଦ ଦାଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁଯାୟୀ ପାରମ୍ପରିକ ବୀର୍ଯ୍ୟ ବିଶ୍ଲେଷଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଏଡିଭିୱାଇ କେମିକାଲ୍ସର ସେଲ୍ସ ମୁଖ୍ୟ ଶ୍ରୀ ଶୁଭଙ୍କର ଦାସ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ଏବଂ ଅଟୋମେଟିକ ସିଷ୍ଟମ୍ସ ବ୍ୟବହାର ମାଧ୍ୟମରେ କିଭଳି ବୀର୍ଯ୍ୟ ବିଶ୍ଲେଷଣ କରାଯାଇପାରିବ ସେ ନେଇ ତଥ୍ୟ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.