ପୌରାଞ୍ଚଳରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

3

ଗୁଣପୁର,୩/୫ ଆଜି ସ୍ଥାନୀୟ ପୌରାଞ୍ଚଳରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳର ୧୦ ଏବଂ ୧୧ ନଂ ୱାର୍ଡର ଶତାଧିକ ଅନ୍ୟ ଦଳ ସମେତ ସ୍ୱାଧୀନ ଗୋଷ୍ଠୀର କର୍ମୀ ମାନେ ବିଜେଡି ରେ ସାମିଲ ହୋଇଛନ୍ତି। ନଗର ବିଜେଡି ସଭାପତି ରାମ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେଡି ଛାତ୍ର ଜନତା ଉପ ସଭାପତି ଵିଷ୍ଣୁ ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ। ମୁନା ପାଣିଙ୍କ ସଂଯୋଜନାରେ ଆୟୋଜିତ ମିଶ୍ରଣ ପର୍ବରେ ନରସିଂହ ଶବର, ଗୋପାଳଶବର, ସୁବୁଦ୍ଧି ସୁରେଶ, ରାମଚନ୍ଦ୍ର ବାଉରୀ, ଟିମ ର ଶତାଧିକ ଅନ୍ୟଦଳରୁ କର୍ମୀମାନେ ଲଷ୍ମୀ ଶବର,ଖତୁଗଡି ଶବର, ସାଇନା ଶବର,ରୁକୁଣା ଶବର, ବୁଧୁବାରି ଶବର, ମିଟୁ ରଥ ସୁଜିତ ଶତପଥି, ଜିତୁ ନାୟକ, ଝିଲି ମହାନ୍ତିଙ୍କ ନେତୃତ୍ୱରେ ଆଜି ବିଜେଡି ରେ ସାମିଲ ହେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟଣାୟକଙ୍କ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବିଜୁ ଜାନତା ଦଳରେ ସାମିଲ ହୋଇଥିବା କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏସ ବାବା ପ୍ରସାଦ, ମୁନା ପାଣି, ସୁଜିତ ଶତପଥି, ସୋମନାଥ ପାଣି, ପ୍ରମୁଖ ନେତୃବର୍ଗ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଆହୁରି ଅନେକ ସ୍ୱାଧୀନ ସମର୍ଥିତ କର୍ମୀ ମାନେ ବିଜେଡି ରେ ସାମିଲ ହେଉଛନ୍ତି ବୋଲି ନଗର ବିଜେଡି ସଭାପତି ରାମ ପଣ୍ଡା ଗଣ ମାଧ୍ୟମ କୁ ସୁଚନା ଦେଇଛନ୍ତି।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.