କଲ୍ୟାଣସିଂହପୁର-ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କାଳୀସୁନ୍ଦରୀ ମନ୍ଦିର ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ଆଜି ବିଜେପି ଦଳର ବିସମକଟକ ନିର୍ବାଚନୀ ମଣ୍ଡଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡରୁକା, କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ଓ ଜିଲା ସଭାପତି ଶିଵ ଶଙ୍କର ପଟ୍ଟନାୟକ ଙ୍କ ନେତୃତ୍ୱରେ ଦଳୀୟ କର୍ମୀ ନେତା ମାନଙ୍କୁ ନେଇ ସେରିଗୁମ୍ମା ପଞ୍ଚାୟତ ଠାରୁ ଏକ ବିରାଟ ଶୋଭାଯାତ୍ରା କରି ବା ସହ ଲୋକଙ୍କୁ ବିଜେପି ବା ପଦ୍ମ ଚିହ୍ନରେ ମୋହର ଦେଇ ଜୟ ଯୁକ୍ତ କରିବା ପାଇଁ ଭୋଟରଙ୍କୁ ଆହ୍ୱାନ କରିବା ସହ ନରେନ୍ଦ୍ର ମୋଦିଙ୍କ ବିକାଶଧାରା ବିଷୟରେ ଅବଗତ କରିଥିଲେ । ସେରିଗୁମ୍ମା ପଞ୍ଚାୟତଠାରୁ ଆରମ୍ଭ କରି ଶିକରପାଇ ,ବୁଡ଼ାଗୁଡା ,କରପା ଦେଇ କଲ୍ୟାଣସିଂହପୁର ଆସି ଶୋଭାଯାତ୍ରା କରିଥିଲେ ।କଲ୍ୟାଣସିଂହପୁର କାଳୀସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ସମାବେଶ କରୁଥିବା ସମୟରେ ଅଞ୍ଚଳର ବହୁ ବିଜେଡି ଓ କଂଗ୍ରେସ ଦଳର ବୁଡ଼ାଗୁଡା ,ନାରାୟଣପୁର, ଶିକରପାଇ ଏବଂ କଲ୍ୟାଣସିଂହପୁରର କଦମଦ୍ୱାର ସାହିର ଶତାଧିକ କର୍ମୀମାନେ ବିଜେପିରେ ଯୋଗଦାନ କରିଥିଲେ ।ଏହି କର୍ମୀ ମାନଙ୍କୁ ବିଜେପି ଦଳୀୟ ଉତ୍ତରଣୀୟ ପକାଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.