ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରା ନିମନ୍ତେ ପୁରୀ ବଡଦାଣ୍ଡ ଲୋକାରଣ୍ୟ

3

ପୁରୀ: ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ ଆଜି ନିଜର ନାମାଙ୍କନ ଦାଖଲ ନିମନ୍ତେ ସପରିବାର ପୁରୀ ଜଗନ୍ନାଥ ମନ୍ଦିର ରୁ ପ୍ରଭୁ ଶ୍ରୀ ଜଗନାଥ ଙ୍କ ଆଶୀର୍ବାଦ ଭିକ୍ଷା କରି ପିପିଲି ପହଞ୍ଚିଥିଲେ ଓ ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ କାର୍ଜ୍ୟାଳୟ ନିକଟରେ ଥିବା ହନୁମାନ ମନ୍ଦିର ରୁ ଆଶୀର୍ବାଦ ଭିକ୍ଷା କରି ବିଶାଳ ଶୋଭାଯାତ୍ରା ରେ ବାହାରିଥିଲେ । ପୁରୀ ବଗଲା ଧର୍ମଶାଳା ନିକଟରୁ ପାରମ୍ପାରିକ ନୃତ୍ୟ ଗୀତ ଓ ବାଦ୍ୟଯନ୍ତ୍ର ବଜାଇ ବିଜୁ ଜନତା ଦଳର ହଜାର ହଜାର ସମର୍ଥକ ଶୋଭାଯାତ୍ରା ରେ ନିଜ ପ୍ରିୟ ସାଂସଦ ପ୍ରାର୍ଥୀ ଅରୂପ ପଟନାୟକ ଙ୍କୁ ଜିଲ୍ଲାପାଳ ଙ୍କ କାର୍ଜ୍ୟାଳୟ ନିକଟକୁ ପାଛୋଟି ନେଇଥିଲେ । ପୂରୀ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ନିଜ ନିଜ ନିଜ ଅଞ୍ଚଳ ର ହଜାର ହଜାର ସମର୍ଥକ ମାନଙ୍କ ସହିତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ପୂରୀ ବିଧାୟକ ପ୍ରାର୍ଥୀ ସୁନିଲ ମହାନ୍ତି, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ,ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୁରୀ ଜିଲ୍ଲା ର ପର୍ଯବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସହ ପର୍ଯବେକ୍ଷକ କାଶୀନାଥ ରଣା ଓ ପୁରୀ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ କର୍ମୀ ଏହି ବିଶାଳ ଶୋଭାଯାତ୍ରା ରେ ଯୋଗଦାନ କରି ଲୋକମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

Leave A Reply

Your email address will not be published.