ନିଜସ୍ୱ ଉଦ୍ୟମରେ ତିତିଲି ପୀଡ଼ିତାଙ୍କୁ ସହାୟତା ଯୋଗାଇ ଦେଲେ ପୋଲିସ ଅଧିକାରୀ 

0

 ଅନଘା ପଞ୍ଚାୟତରେ ତିତଲି ବାତ୍ୟା ପିଡିତାଙ୍କୁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଲୁଗାପଟା ପ୍ରଦାନ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଅନଘା ଓ ଭୁୟାଁ ପଡା ଆଶ୍ରୟ ସ୍ଥଳୀରେ ରହିଥିବା ପ୍ରାୟ ୩୦୦ରୁ ଉର୍ଧ୍ଵ ଜନସାଧାରଣଙ୍କୁ ତିତଲି ବାତ୍ୟା ପ୍ରଭାବିତଙ୍କୁ ପୋଲିସ ଡି.ଏସ.ପି ଗୌତମ ମଲ୍ଲିକଙ୍କ ନିଜସ୍ୱ ଉଦ୍ୟମ ଦ୍ୱାରା ଦୈନନ୍ଦିନ ବ୍ୟବହାର୍ଯ୍ୟ ସ୍ତ୍ରୀ ମାନଙ୍କ ପାଇଁ ନୁଆ ଶାଢୀ ପୁରୁଷ ଲୋକମାନଙ୍କ ପାଇଁ ଧୋତି, ଲୁଙ୍ଗୀ ଓ ଟାଵାଲ ଏବଂ ପୁଅ ଝିଅ ମାନଙ୍କ ପାଇଁ ନୂତନ ଡ୍ରେସ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ଶ୍ରୀ ମଲ୍ଲିକ ଓ ଡିସିପିଓ ଅରୁଣ କୁମାର ତ୍ରିପାଠୀ ଦୁହେଁ ମିଶି ଚାରିଗୋଟି ଗ୍ରାମର ଜନସାଧାରଣଙ୍କୁ ଲୁଗାପଟା ବଣ୍ଟନ କରିଥିଲେ । ଭୂୟାଁ ପଡା ଆଶ୍ରୟ ସ୍ଥଳରେ ତିଲଭାଙ୍ଗ ଓ ଦଳେଇ ସାହିର ସମସ୍ତ ଜନସାଧାରଣଙ୍କୁ ଓ ଅନଘା ଆଶ୍ରୟ ସ୍ଥଳରେ ବଡିଭର ଓ କିମ୍ୱସଠି ଗାଁର ସମସ୍ତ ଜନସାଧାରଣଙ୍କୁ ଆବଶ୍ୟକୀୟ ଲୁଗାପଟା ବଣ୍ଟନ କରାଯାଇଛି ।

Leave A Reply

Your email address will not be published.